www.samajalive.in
Sunday, December 14, 2025
26.1 C
Bhubaneswar

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ତିନି ଦଫା ଦାବୀ ପ୍ରଦାନ

ବୌଦ୍ଧ: ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ନୂତନ ପେନସନ ଯୋଜନା ଭୁକ୍ତ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ବୌଦ୍ଧ ବ୍ଲକ ସହରର ଟାଉନହଲ ଠାରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟ ପର୍ୟ୍ୟନ୍ତ ଶୋଭାଯାତ୍ରାରେ ଆସି ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ଶିକ୍ଷାସଚିବ, ମୁଖ୍ୟଶାସନ ସଚିବ ଓ ୫-ଟି ସଚିବଙ୍କୁ ତିନି ଦଫା ଦାବୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ପ୍ରଦାନ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ଦାବୀ ଗୁଡିକ ଗ୍ରହଣ କରିଥିଲେ। ବ୍ଲକ ସଭାପତି ରାଜକୁମାର ପ୍ରଧାନ, ରାଜ୍ୟ ଷ୍ଟିୟରିଙ୍ଗ କମିଟି ସଦସ୍ୟ ତଥା ଜିଲ୍ଲା କାର୍ୟ୍ୟକାରୀ ସଭାପତି ଶମ୍ଭୁ ଗିରି ଓ ସମ୍ପାଦକ ଉତ୍ତମ ନାୟକଙ୍କ ନେତୃତ୍ୱରେ ଉକ୍ତ ଶୋଭାଯାତ୍ରା ବାହାରି ଥିଲା। ୨୦୦୧ ଠାରୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କର ଛଅ ବର୍ଷର ଠିକା ସମୟକୁ ଛଅଟି ଇନ୍କ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରିବା, ନୂତନ ପେନସନ ବଦଳରେ ପୁରୁଣା ପେନସନ ଲାଗୁ କରିବା ଓ ଅନ୍ୟ ରାଜ୍ୟ ଭଳି କେନ୍ଦ୍ରୀୟ ହାରରେ ଦରମା ଦେବା ଭଳି ଦାବୀ ରହିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories