www.samajalive.in
Sunday, December 14, 2025
15.1 C
Bhubaneswar

ସମାଜରେ ସଦଭାବନା ପ୍ରତିଷ୍ଠା ନିମନ୍ତେ ‘ସଦଭାବନା ସମ୍ମାନ’ ସମ୍ମାନ ପ୍ରଦାନ

ଭୁବନେଶ୍ୱର : ଓଡ଼ିଶାର ଐତିହ୍ୟ, ସଂସ୍କୃତିକ ପରମ୍ପରା, ଉତ୍କୃଷ୍ଟ କଳା, ଭାସ୍କର୍ଯ୍ୟ, ସମୃଦ୍ଧ ସାହିତ୍ୟ ତଥା ବୀର ଓ ବରପୁତ୍ର, ମାତୃଶକ୍ତିମାନଙ୍କ ଗୌରବ ଗାଥାକୁ ପୁର୍ନଃଜୀବିତ କରିବା ସହିତ ଭବିଷ୍ୟତ ପୀଢିକୁ ସଚେତନତାର ବାର୍ତ୍ତା ପ୍ରଦାନ କରିବା ଲକ୍ଷ୍ୟନେଇ ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ‘ସଦଭାବନା ସମ୍ମାନ ୨୦୨୩’ ସ୍ଥାନୀୟ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଛି ।

ନିବେଦିତା ନାୟକ ଅଧ୍ୟକ୍ଷ, ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଗୁଜୁରାଟର ପୂର୍ବତନ ଗୃହ ସଚିବସୁଦୀପ ନନ୍ଦା, ଇଞ୍ଜିନିୟରିଂ ମୁଖ୍ୟ ଗ୍ରାମୀଣ କାର୍ଯ୍ୟ ବିଭାଗ ଅକ୍ଷୟ କୁମାର ପ୍ରଧାନ, କିଟ ବିଶ୍ବ ବିଦ୍ୟାଳୟର ଆଧ୍ୟାତ୍ମିକ ବିଜ୍ଞାନ, ଯୋଗ ଏବଂ ଆୟୁର୍ବେଦ ଡିନ ବିଶ୍ୱ ବନ୍ଦିତା କର, ଡବ୍ଲ୍ୟୁଏଚ୍ଓ ଓଡିଶା ଶାଖାର ସବ୍ ରିଜିଓନାଲ ଟିମ୍ ଲିଡର ଡ. ନିହାର ରଂଜନ ରାୟ, ବିଶିଷ୍ଟ ବାଲୁକା କଳାକାର ସୁଦାମ ମହାରଣା, ଇଭୋସ୍ ବିଲ୍ଡକନ୍ ପରିଚାଳନା ନିର୍ଦ୍ଦେଶକ କଳିଙ୍ଗ କେଶରୀ ରଥ, ସହରୀ ବିକାଶ ବିଭାଗ ଯୁଗ୍ମ ନିର୍ଦେଶକ ସାରଦା ପ୍ରସାଦ ପଣ୍ଡା, ଓଡିଶା ଲୋକସେବା ଆୟୋଗ ପୂର୍ବତନ ଅଧ୍ୟକ୍ଷ ଡି.ଆର.ସି ପଟ୍ଟନାୟକ, ଏସଏସଡବ୍ଲ୍ୟୁବି ଅଧ୍ୟକ୍ଷ କଲ୍ୟାଣୀ ନାୟକ, ଆରଟିଡି ରାଜକିଶୋର ପାଇକରାୟ, ଆପୋଲୋ ହସ୍ପିଟାଲ୍ ସିଓଓ ଆଲୋକ ଶ୍ରୀବାସ୍ତବ, ସିଏଆରଆଇ ରିସର୍ଚ ଅଫିସର ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ।

- Advertisement -

ଏହି ଅବସରରେ ମାତୃଶକ୍ତିର ତ୍ୟାଗ,ବୀର ଓ ବରପୁତ୍ର ମାନଙ୍କ ବଳିଦାନ ନିମନ୍ତେ ଏକ ମଶାଲ ପ୍ରଜ୍ବଳନ ପ୍ବର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରାଯିବା ସହ ରାଜ୍ୟ ,ଦେଶ ଓ ସମାଜରେ ସଦଭାବନା ପ୍ରତିଷ୍ଠା ନିମନ୍ତେ ଉତ୍ସର୍ଗୀକୃତ ସେବା ଓ ସାଧନା ନିମନ୍ତେ ଡ.ଭଗବାନ ପ୍ରକାଶ, ନାରାୟଣ ମହାନ୍ତିଙ୍କୁ ‘ସଂପ୍ରୀତି ସମ୍ମାନ’ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମୃଦ୍ଧଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ଆୟୋଜକ ନିବେଦିତା ନାୟକ କହିଛନ୍ତି ପରମ୍ପରା ଓ ସଂସ୍କୃତିକୁ ନେଇ ମହିଳାଙ୍କୁ ଆତ୍ମ ନିର୍ଭର କରିବାକୁ ଆମର ମୂଳ ଲକ୍ଷ୍ୟ। ମହିଳା ସଶକ୍ତିକରଣ ପାଇଁ ସ୍ଥାପନା ପରିବାର କଳା ଓ ସଂସ୍କୃତିକୁ ନେଇ ଗାଁ ଗହଳିର ମହିଳାଙ୍କ ବିକାଶ ପାଇଁ ସର୍ବଦା ଚେଷ୍ଟିତ ବୋଲି ଟ୍ରଷ୍ଟ୍‌ର ମୁଖ୍ୟ ମତପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାପନା ଚାରିଟେବୁଲ୍ ଟ୍ରଷ୍ଟ୍‌ର ସଂପାଦକ ସରୋଜ କୁମାର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories