ପୁରୀରେ ପୁଣି ଅଗ୍ନିକାଣ୍ଡ.. ନୀଳାଦ୍ରି କଂପ୍ଲେକ୍ସରେ ଥିବା ଓଡ଼ିଶା ହ୍ୟାଣ୍ଡଲୁମ୍ ଶୋ’ରୁମରେ ନିଆଁ.. ନିଆଁକୁ ଆୟତ୍ତ କରିବାକୁ ଚାଲିଛି ଉଦ୍ୟମ.. ସର୍ଟସର୍କିଟ୍ରୁ ନିଆଁ ଲାଗିଥିବା ସୂଚନା..
ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ୭ ଦିନିଆ ଇଡି ହେପାଜତକୁ ପଠାଇଲେ କୋର୍ଟ..
ଇନ୍ଫ୍ଲୁଏଞ୍ଜା ଭୂତାଣୁ ଏଚ୍୩ଏନ୍୨ ସଂକ୍ରମଣରେ ଦେଶରେ ପ୍ରଥମ ମୃତ୍ୟୁ ଘଟିଛି.. କର୍ଣ୍ଣାଟକର ହାସନ ନିବାସୀ ଜଣେ ୮୨ ବର୍ଷୀୟ ବ୍ୟକ୍ତିଙ୍କର ଏହି ଭୂତାଣୁ ଯୋଗୁଁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି..
ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କେତେ ସୁଦୃଢ! ୩୬ ଘଣ୍ଟା ପରେ ଲିଭିଲା ସୋ ରୁମ୍ ନିଆଁ..
ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ଝିଅ ଦୀପାଳି ଦାସ ସାଇବର ଠକେଇର ଶିକାର.. ତାଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା ଲୁଟି ନେଇଛି ସାଇବର ଲୁଟେରା.. ଏନେଇ ଦୀପାଳି ସମ୍ବଲପୁର ଅଇଁଠାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି..
ସି’ ଜିନ୍ପିଙ୍ଗ୍ ପୁଣି ଚୀନ୍ର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି.. ପୂର୍ବରୁ ଜଣେ ଚୀନ୍ର ଦୁଇଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାର ନିୟମ ଥିବା ବେଳେ ସି ତୃତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି..



