www.samajalive.in
Saturday, December 13, 2025
26.1 C
Bhubaneswar

ମାର୍କେଟ କମ୍ପ୍ଲେକ୍ସରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କେତେ ସୁଦୃଢ! ୩୬ ଘଣ୍ଟା ପରେ ଲିଭିଲା ସୋ ରୁମ୍‌ ନିଆଁ

ଭୁବନେଶ୍ୱର (ସମାଜ ଡିଜିଟାଲ୍‌ ଡେସ୍କ) – ଦୀର୍ଘ ୩୬ ଘଣ୍ଚାର ଅକ୍ଲାନ୍ତ ପରିଶ୍ରମ ପରେ ସୋରୁମ୍‌ ନିଆଁ ଲିଭିଛି । ତେବେ କେଉଁ କାରଣୁ ନିଆ ଲାଗିଛି ତାହାର କାରଣ ଜାଣିବା ପାଇଁ ଏକ ଟିମ୍‌ ଗଠନ କରାଯାଇଛି । ଏହି ଟିମ୍‌ ନିଆଁ ଲାଗିବାର କାରଣ ସହ କ୍ଷୟକ୍ଷତିର ଆକଳନ କରିବେ । ସୂଚନା ଯୋଗ୍ୟ ପୁରୀ ବଡଦାଣ୍ଡରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ବୁଧବାର ସନ୍ଧ୍ୟା ସମୟରେ ନିଆଁ ଲାଗିଥିଲା । ଏହା ପ୍ରାୟ ୩୬ ଘଣ୍ଟା ଧରି ଜଳିଥିଲା । ଏଥିରେ ଥିବା ୩ ଜଣ ପର୍ଯ୍ୟଟକଙ୍କୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କରାଯାଇଥିଲା ।

ନିଆଁ ଲିଭା ସମୟରେ ଅଣନିଶ୍ୱାସୀ ହୋଇ ଅଗ୍ନିଶମ ବାହିନୀର ଜବeନ ମାନେ ଅସୁସ୍ଥ ହୋଇଥିଲେ । ଏଥିରେ ମାର୍କେଟ କମ୍ପ୍ଲେକ୍ସରେ ଥିବା ଏକ ବ୍ୟାଙ୍କ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପୋଡିଯାଇଛି ।

- Advertisement -

ପୁରୀ ସହରରେ ମାର୍କେଟ କମ୍ପ୍ଲେକ୍ସ ତଥା ହୋଟେଲ୍‌ରେ ଅଗ୍ନିନିର୍ବାପକ ପାଇଁ ବ୍ୟାପକ ବ୍ୟବସ୍ଥା ନଥିବା ଜଣା ପଡିଛି । ପୁରୀକୁ ଲକ୍ଷ ଲକ୍ଷ ଯାତ୍ରୀ ଆସୁଥିବା ବେଳେ ଅନେକ ହୋଟେଲ୍‌ ଏବଂ ଲଜ୍‌ରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ସଠିକ୍‌ ଭାବେ ନଥିବା ଅଭିଯୋଗ ହୋଇଛି । ସୌଭାଗ୍ୟ ବଶତଃ ଏଥିରେ କହାର ଜୀବନ ଯାଇ ନଥିବା ବେଳେ ଆଗକୁ କଡାକଡି ଭାବେ ଅଗ୍ନିନିର୍ବାପକ ନିୟମ ପାଳନ ପାଇ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories