www.samajalive.in
Saturday, December 13, 2025
26.1 C
Bhubaneswar

ସି’ ଜିନିପିଙ୍ଗ୍‌ ପୁଣି ହେଲେ ଚୀନ୍‌ର ରାଷ୍ଟ୍ରପତି

ନୂଆଦିଲ୍ଲୀ (ସମାଜ ଡିଜିଟାଲ୍‌ ଡେସ୍କ)- ସି’ ଜିନ୍‌ପିଙ୍ଗ୍‌ ପୁଣି ଚୀନ୍‌ର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ଜଣେ ଚୀନ୍‌ର ଦୁଇଥର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାର ନିୟମ ଥିବା ବେଳେ ସି ତୃତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ଏହି ନିୟମକୁ ୨୦୧୮ ମସିହାରେ ପରିବର୍ତ୍ତନ କରାଯାଇଥିଲା । ଫଳରେ ସି ଜିନ୍‌ପିଙ୍ଗ୍‌ ପୁଣି ଥରେ ନିର୍ବାଚିତ ହୋଇଛନ୍ତି ।

କେବଳ ସେତିକି ନୁହେଁ ତାଙ୍କ ବିରୋଧରେ ଗୋଟିଏ ବି ଭୋଟ୍‌ ପଡିନି । ତାଙ୍କୁ ସମସ୍ତ ୨୯୫୨ ଜଣ ସମର୍ଥନ ଦେଇଛନ୍ତି । ତାଙ୍କ କେହି ବିରୋଧ କରି ନାହାନ୍ତି କି ମତଦାନରୁ ବିରତ ରହି ନାହାନ୍ତି । ଏହା ଫଳରେ ସେ ବର୍ତ୍ତମାନ ଚୀନ୍‌ର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ତଥା ନେତା ଭାବେ ନିଜ ପଦ ବଜାୟ ରଖିଛନ୍ତି ।

- Advertisement -

ଆରମ୍ଭରୁ ହିସାବକୁ ନେଲେ ମାଓ ଜେଦାଙ୍ଗ୍‌ଙ୍କ ପରେ ସେ ଚୀନ୍‌ର ସବୁଠାରୁ ଶକ୍ତିଶାଳୀ ନେତା ବୋଲି ବିବିଚନା କରାଯାଉଛି । ସେ ଚୀନ୍‌ର ରାଷ୍ଟ୍ରପତି ସହ କେନ୍ଦ୍ରୀୟ ମିଲିଟାରୀ କମିଶନର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ । ସି ପୁଣି ୫ ବର୍ଷ ପାଇଁ ଚୀନ୍‌ର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories