www.samajalive.in
Saturday, December 13, 2025
26.1 C
Bhubaneswar

ଦୈନିକ ୟୁପିଆଇ ନେଣଦେଣ ୩୬ କୋଟିକୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ୟୁପିଆଇ (ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍)ରେ ଅର୍ଥ ନେଣଦେଣ ବଢ଼ିଛି। ଗତବର୍ଷ ଠାରୁ ୟୁପିଆଇ ପେମେଣ୍ଟରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ଦୈନିକ ନେଣଦେଣ ୩୬ କୋଟି ଟଙ୍କା ପାର୍ କରିଛି। ଏହା ୨୦୨୨ ଫେବୃଆରୀରେ ହୋଇଥିବା ଦୈନିକ ୨୪ କୋଟିରୁ ୪୦ ପ୍ରତିଶତ ଅଧିକ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଗତ ୩ ମାସର ହିସାବକୁ ଦେଖିଲେ ଡିସେମ୍ବର ୨୦୨୨ରୁ ପ୍ରତି ମାସ ମୋଟ ଡିଜିଟାଲ୍ ନେଣଦେଣ ୧୦୦୦ କୋଟି ଟଙ୍କାରୁ ଅଧିକ ରହିଛି। ନିକଟରେ ୯୦,୦୦୦ ଲୋକଙ୍କୁ ନେଇ ପାନ୍ ଇଣ୍ଡିଆ ସର୍ବଭାରତୀୟ ସ୍ତରରେ ଡିଜିଟାଲ ପେମେଣ୍ଟ ସର୍ଭେ କରାଯାଇଥିଲା। ଏଥିରେ ୪୨ ପ୍ରତିଶତ ଲୋକ ଡିଜିଟାଲ୍ ​‌େ​‌ପମେଣ୍ଟ ବ୍ୟବହାର କରୁଥିବା ଜଣାପଡ଼ିଥିଲା ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି। କେବଳ ଚଳିତ ବର୍ଷ ଜାନୁଆରୀ ମାସରେ ୟୁପିଆଇ ନେଣଦେଣ ୮୦ ୦ କୋଟିରୁ ଅଧିକ ରହିଥିଲା। ନ୍ୟାସ୍‌ନାଲ ଇଲେକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର ମାଧ୍ୟମରେ ଫେବୃଆରୀ ୨୮ରେ ୩.୧୮ କୋଟିରୁ ଅଧିକ ନେଣଦେଣ ହୋଇଛି। ଯାହା ଦୈନିକ ସର୍ବାଧିକ ନେଣଦେଣ ବୋଲି ଗଭର୍ଣ୍ଣର କହିଛନ୍ତି। ୨୦୧୬ରେ ଭାରତରେ ୟୁପିଆଇ ପେମେଣ୍ଟ ଶୁଭାରମ୍ଭ ହୋଇଥିଲା। ଏହାପରେ ଭାରତୀୟ ଲୋକେ ଏହାକୁ ବହୁଳମାତ୍ରାରେ ବ୍ୟବହାର କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories