www.samajalive.in
Saturday, December 13, 2025
26.1 C
Bhubaneswar

ବୌଦ୍ଧକୁ ମିଳିଲା ବିଜୁ ପଟ୍ଟନାୟକ ସଶକ୍ତକରଣ ପୁରସ୍କାର

ବୌଦ୍ଧ: ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ସିଧାସଳଖ ଗ୍ରାମକୁ କ୍ଷମତା ପ୍ରଦାନ କରାଯାଇ ସରକାରୀ ଯୋଜନାର ସଫଳ କାର୍ୟ୍ୟକାରୀତାକୁ ଗୁରୁତ୍ୱ ଦିଆଯାଇଛି। ପଞ୍ଚାୟତ ଗୁଡିକ ନିଷ୍ପତି ନେବାରେ ଅଧିକ ସ୍ୱାଧୀନ କରାଯାଇଛି। ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ଓ ଗ୍ରାମପଞ୍ଚାୟତକୁ କ୍ଷମତା ପ୍ରଦାନ କରି ଶକ୍ତିଶାଳୀ କରିବା ଦିଗରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରମୁଖ ଭୂମିକା ରହିଥିଲା। ତେଣୁ ବିଜୁବାବୁଙକ୍‌‌ ଜୟନ୍ତୀ ଅବସରରେ ବିଜୁ ପଟ୍ଟନାୟକ ସଶକ୍ତକରଣ ପୁରସ୍କାର ପ୍ରଦାନ କରାଯାଇଛି। ବୌଦ୍ଧଜିଲାରେ ପଞ୍ଚାୟତିରାଜ ବ୍ୟବସ୍ଥାର ସଫଳ କାର୍ୟ୍ୟକାରୀତା ପାଇଁ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରିବା ସହିତ ରାଜ୍ୟସ୍ତରୀୟ ଉତ୍ସବରେ ବିଜୁ ପଟ୍ଟନାୟକ ସଶକ୍ତକରଣ ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱରଠାରେ ଆୟୋଜିତ ଉତ୍ସବରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦିପ କୁମାର ଅମାତଙ୍କ ଠାରୁ ବୌଦ୍ଧ ଜିଲାପରିଷଦର ସଭାପତି ପ୍ରଭାସିନୀ ଦାସ ଓ ମୁଖ୍ୟ କାର୍ୟ୍ୟନିର୍ବାହୀ ଅଶ୍ୱିନୀ କୁମାର ମେହେର ଏହି ପୁରସ୍କାର ଗ୍ରହଣ କରିଛନ୍ତି। ପୁରସ୍କାର ସ୍ୱରୁପ ଜିଲାକୁ ୩୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଜିଲାର ଏହି ସଫଳତା ପାଇଁ ମନ୍ତ୍ରୀ ଶ୍ରୀଅମାତ ଓ ବୌଦ୍ଧ ଜିଲାପାଳ ସତ୍ୟରଞ୍ଜନ ସାହୁ ତ୍ରିସ୍ତରୀୟ ପଞ୍ଚାୟତିରାଜର ସମସ୍ତ ନିର୍ବାଚିତ ପ୍ରତିନିଧି ,ଜିଲାପରିଷଦ ଓ ପଞ୍ଚାୟତର ଅଧିକାରୀ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories