www.samajalive.in
Saturday, December 13, 2025
26.1 C
Bhubaneswar

ଗୁଣ୍ଡିଖାଇ ଭେଟଘାଟ କାର୍ୟ୍ୟକ୍ରମ ଆୟୋଜିତ

ସମ୍ବଲପୁର: ସମ୍ବଲପୁରର ବିନାଖଣ୍ଡି ସ୍ଥିତ ମାଉସୀ ମାଁ ମନ୍ଦିର ଠାରେ ବିମଳେଶ୍ୱର ବାବା ଆଞ୍ଚଳିକ ସେବା ସଙ୍ଗଠନ ପକ୍ଷରୁ ଗୁଁଣ୍ଡିଖାଇ ଭେଟଘାଟ କାର୍ୟ୍ୟକ୍ରମ ମହାସମାରୋହରେ ଆୟୋଜିତ ହୋଇଯାଇଛି। ଶ୍ରୀ ରାଧାକୃଷ୍ଣ ଙ୍କ ଠାରେ ଧୂପ ଦୀପ ପ୍ରଦାନ କରାଯାଇ ସଙ୍ଗଠନର ସଭାପତି କମଳ ଲୋଚନ ପଣ୍ଡା ଙ୍କ ସଭାପତିତ୍ୱରେ କାର୍ୟ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ସଙ୍ଗଠନର ନରେନ୍ଦ୍ର ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିଲେ। ମୁଖ୍ୟ ଅତିଥି ରୂପେ ଭିସୁଟର କୂଳପତି ପ୍ର. ବଂଶୀଧର ମାଝୀ ଯୋଗ ଦେଇ ପଶ୍ଚିମ ଓଡ଼ିଶାର ସଂସ୍କୃତି ଓ ପରମ୍ପରା ଉପରେ ଆଲୋକପାତ କରିବା ସହିତ ଏହା ଐକତାର ସୁତ୍ର ବୋଲି କହିଥିଲେ। ସମ୍ମାନୀତ ଅତିଥି ରୂପେ ଡ. ଶ୍ୟାମ ସୁନ୍ଦର ଧର ଯୋଗ ଦେଇ ଆମର ସଂସ୍କୃତି ଛୁଞ୍ଚି ପରି ଯୋଡିବାର ଏକ ମହାନ ସଂସ୍କୃତି ବୋଲି ଅଭିହିତ କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଡ. ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ ବାସହୀନ ପଲାସ ଫୁଲର ଉପଯୋଗ, ବ୍ୟବହାର ଓ ତାର ବୈଶିଷ୍ଠ୍ୟତା ଏବଂ ଗୁଁଣ୍ଡିଖାଇର ସାମାଜିକ ସର୍ମ୍ପକ ଉପରେ ଆଲୋକପାତ କରିଥିଲେ। କାର୍ୟ୍ୟକ୍ରମରେ ସମସ୍ତଙ୍କୁ ଗୁଁଣ୍ଡିଖାଇର ପ୍ରସାଦ ପୂର୍ବକ ଫଗୁ ଲଗା ଯାଇଥିଲା। ବବଲୁ ବାଗ, ଲଳିତ ବେବର୍ତ୍ତା, କାହ୍ନୁକେଶବ ବହିଦାର, ଯୋଗେଶ ନନ୍ଦ, ପ୍ରଦୀପ ଯୋଶୀ, ପ୍ରଦୀପ ପାଣିଗ୍ରାହୀ, ସଦାନନ୍ଦ ପଣ୍ଡା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। କାର୍ୟ୍ୟକ୍ରମର ଶେଷ ପର୍ୟ୍ୟାୟରେ ଭଜନ କୀର୍ତ୍ତନ କରାଯାଇଥିଲା। କାର୍ୟ୍ୟକ୍ରମକୁ ଆୟୋଜନରେ ଦୀନବନ୍ଧୁ ପାଣିଗ୍ରାହୀ, ରାଜୁ ମହାପାତ୍ର, ମନୋରଞ୍ଜନ ପଣ୍ଡା, ବ୍ରହ୍ମାନନ୍ଦ ମିଶ୍ର, ଉପେନ୍ଦ୍ର ମାଝୀ, ତ୍ରିଲୋଚନ ତ୍ରିପାଠି ପ୍ରମୁଖ ସକ୍ରିୟ ସହାୟତା କରିଥିଲେ। ଶେଷରେ ସଙ୍ଗଠନର ସମ୍ପାଦକ ସନତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories