www.samajalive.in
Sunday, December 14, 2025
26.1 C
Bhubaneswar

ଆଇପିଏଲ ଢାଞ୍ଚାରେ ଲାଦରପାଲି କ୍ରିକେଟ ଲିଗ୍ ଉଦଘାଟିତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି ସ୍ଥିତ ଲାଦର ପାଲି ଖେଳ ପଡିଆଠାରେ ଲକ୍ଷଦରପାଲି କ୍ରିକେଟ ଆସୋସିଏସନ ପକ୍ଷରୁ ଆଇପିଏଲ ଢାଞ୍ଚାରେ କ୍ରିକେଟ ଲିଗ୍ ଉଦଘାଟିତ ହୋଇ ଯାଇଛି। ଏହା ୯ରୁ ୧୨ ତାରିଖ ପର୍ୟ୍ୟନ୍ତ ୪ ଦିନ ଧରି ହେବ। ପ୍ରତି ଦିନ ଦୁଇଟି ପର୍ୟ୍ୟାୟ କ୍ରମେ ଦୁଇଟି ମ୍ୟାଚ୍ ଖେଳାଯିବ। ଦିନକୁ ଚାରିଟି ଦଳ ମଧ୍ୟରେ ମ୍ୟାଚ୍ ଚାଲିବ। ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମାଜ ସେବୀ ସୁଶିଲ କୁମାର ଦାଶ ଏହାକୁ ଉଦଘାଟନ କରିଥିଲେ। ସମାଜସେବୀ କୃଷ୍ଣ ଚନ୍ଦ୍ର ପ୍ରଧାନ, ପୂର୍ବତନ କ୍ରିକେଟ ଖେଳାଳି ବିଟୁ ଅଗ୍ରୱାଲ, ଆଶୀର୍ବାଦ ସଂଘର ଅଜିତ କୁମାର ପ୍ରଧାନ ଓ ଦିଲୀପ ପ୍ରଧାନ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ପ୍ରଥମ ଦିବସର ପ୍ରଥମ ମ୍ୟାଚ କୋବ୍ରା ୱାରିଆର ଓ ଗୋଲ୍ଡେନ ଇଗଲ ମଧ୍ୟରେ ହୋଇଥିଲା। କୋବ୍ରା ୱାରିଆର୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ୧୦ ଓଭରରେ ୬୧ ରନ କରିଥିଲା। ଏହାର ବିପକ୍ଷରେ ଗୋଲ୍ଡେନ ଇଗଲ ୭ ୱିକେଟ ହରାଇ ବିଜୟୀ ହୋଇଥିଲା। ସିତାରାମ ଭୋଇ ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲେ। ଦ୍ଵିତୀୟ ମ୍ୟାଚରେ ଏଭେଞ୍ଜାର ସହ ପାନ୍ଥାର ଏଲେଭେନ୍ ମଧ୍ୟରେ ହୋଇଥିଲା। ୧୦ ଓଭରରେ ୭୪ ରନ କରି ପାନ୍ଥାର ଏଲେଭେନ ଏଭେଞ୍ଜରକୁ ୧୪ ରନରେ ହରାଇଥିଲା। ଆକାଶ ବିଶିଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବରେ ଘୋଷଣା କରାଯାଇଥିଲା। ଆଜି ଦିବସର ଉଭୟ ବିଜେତା ଦଳଙ୍କୁ ଅତାବିରା ଟାଟା ପାୱାରର ଏସଡିଓ ମନ୍ମଥ ଦାଶ ଯୋଗଦେଇ ପୁରସ୍କୃତ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories