www.samajalive.in
Sunday, December 14, 2025
26.1 C
Bhubaneswar

ନାରୀ ପ୍ରତିଭାକୁ ସମ୍ମାନ କେବଳ ସ୍ଲୋଗାନ ନୁହେଁ, ତାକୁ ବାସ୍ତବତାର ରୂପ ଦିଏ ଜନ କଲ୍ୟାଣ ସେବା ଟ୍ରଷ୍ଟ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଗୋଡଭଗା ସମଲେଶ୍ଵରୀ କଲ୍ୟାଣ ମଣ୍ଡପରେ ଜନକଲ୍ୟଣ ସେବା ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାଶଙ୍କ ସଭାପତିତ୍ବରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ଆଜି ସମାଜରେ ଯେ କୌଣସି ବିକାଶ ମୂଳକ କାମ ହେଉ ନା କାହିଁକି, ସେଥିରେ ନାରୀ ମାନଙ୍କ ଭୂମିକା ଅଧିକ ରହୁଛି। ସେମାନେ ସ୍ଵତଃ ପ୍ରବୃତ୍ତ ଭାବରେ ଆଗେଇ ଆସି କର୍ମ ତତ୍ପରତା ପ୍ରକାଶ କରୁଛନ୍ତି। ତେଣୁ ତାଙ୍କୁ ଏ ଦିଗରେ ପ୍ରୋତ୍ସାହିତ କରିବା ଏକାନ୍ତ ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ବହୁମୁଖି ପ୍ରତିଭା ଧାରୀ ମହିଳା ମାନଙ୍କୁ ସମ୍ମାନ ଜଣାଇବା, ଉତ୍ସାହିତ କରିବାର ମହତ୍ ଉଦ୍ଦେଶ୍ୟ ନେଇ ଏହି ମହିଳା ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ସମ୍ବଲପୁର ଡିଭିଜନ ଭିଜିଲାନ୍ସ ବିଭାଗର ରଞ୍ଜୁଲତା ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଜିଲ୍ଲା ସଂଯୋଜକ ଓଡ଼ିଶା ମୋ ପରିବାରର ଗୌରହରି ମିଶ୍ର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ଟ୍ରଷ୍ଟର ରାଜ୍ୟ ମିଡ଼ିଆ ପ୍ରଭାରି ଡଃ ରାଜାରାମ ଷଡ଼ଙ୍ଗୀ, ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ପଦ୍ମିନୀ ନାଏକ ଓ ବୁଢ଼ାରଜା ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ ପଙ୍କଜିନି ନାଏକ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ଥିଲେ।

ଏହି ଅବସରରେ ସମାଜ କ୍ଷେତ୍ରରେ ମହତ୍ କାର୍ୟ୍ୟ କରୁଥିବା ୪୪ ଜଣ ମହିଳା ପ୍ରତିଭାଙ୍କୁ ଉପଢୌକନ ଓ ମାନପତ୍ର ସହ ସମ୍ମାନୀତ କରାଯାଇଥିଲା।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories