www.samajalive.in
Saturday, December 13, 2025
26.1 C
Bhubaneswar

ହୋଲି ପରେ ଏକାଠି ବୁଡି ଗଲେ ଦୁଇ ଭାଇ – କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଅଘଟଣ

ଭୁବନେଶ୍ୱର (ସମାଜ ଡିଜିଟାଲ ଡେସ୍କ)- ହୋଲିରେ ପୁଣି ଅଘଟଣ । ରାଜ୍ୟର ବିଭିନ୍ନ ସ୍ଥାନରେ ରଙ୍ଗ ଖେଳିବା ପରେ ପାଣିରେ ବୁଡିଯାଇଥିବା ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀରରେ ଜଣେ ନାବାଳକ ପୋଖରୀରେ ବୁଡି ପ୍ରାଣ ହରାଇଛି । ସେହିପରି କଟକ ନିଶ୍ଚିନ୍ତ କୋଇଲି ଅଞ୍ଚଳରେ ଚିତ୍ରୋପଳା ନଦୀରେ ବୁଡି ଯୁବକ ନିଖୋଜ । କଟକ ମଧୁସୂଧନ ପୋଲ ନିକଟରେ ପ୍ରଖର ସୁଅର ଚେତବନୀକୁ ନମାନି ଗାଧଉଥିବା ବେଳେ ଆଉଜଣେ ଯୁବକ ବୁଡିଯାଇଛନ୍ତି । କେନ୍ଦ୍ରାପଡା ପଟ୍ଟମୁଣ୍ଡାଇ ଅଞ୍ଚଳରେ ଦୁଇ ଭାଇ ଏକାଠି ବୁଡି ପ୍ରାଣ ହରାଇଥିବା ସୂଚନା ମିଳିଛି ।

କେଶପୁର ଅଞ୍ଚଳର ୪୩ ବର୍ଷିୟ ସୁଜିତ ତାଙ୍କ ସମ୍ପର୍କୀୟ ଭାଇ ଚିନ୍ମୟ ସହ ବ୍ରାହ୍ଣଣୀ ନଦୀରେ ଗାଧଉଥିବା ବେଳେ ବୁଡିଯାଥିଲେ ।ସେମାନେ ବୁଡିଯାଉଥିବା ଦେଖି ସ୍ଥାନୀୟ ଲୋକ ଚିତ୍କାର ଶୁଣି ସେମାନଙ୍କୁ ଉଦ୍ଧାର କରିଥିଲେ । ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାପରେ କେଶପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories