www.samajalive.in
Saturday, December 13, 2025
26.1 C
Bhubaneswar

ସୈତାନ ପୁଅର ବର୍ବର କାଣ୍ଡ- ବାପାକୁ ହାଣି ସାବତ ମା’ ସହିତ କଲା ଦୁଷ୍କର୍ମ

ଦାନଗଦି : ସାମାନ୍ୟ ଘଟଣା ପାଇଁ ପୁଅ ପାଲଟିଗଲା ପଶୁ । ହିତାହିତ ଜ୍ଞାନ ଭୁଲି ବାପା ଉପରେ ପ୍ରତିଶୋଧ ନେବାକୁ ସୈତାନ ସାଜିଲା ପୁଅ । ପୁଅ ବାପା କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ସାବତ ମାଆ ସହିତ ଦୁଷ୍କର୍ମ କରିବା ଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ଟମକା ଥାନା ଅଞ୍ଚଳରେ ।

ଖବର ମୁତାବକ ଦାନଗଦି ବ୍ଳକ କିଆଝର ପଞ୍ଚାୟତ ଚମ୍ପାଝର ଗ୍ରାମର ସଧାୟ ହେମ୍ବ୍ରମ (୫୫) ଙ୍କ ପ୍ରଥମ ସ୍ତ୍ରୀ ଦୀର୍ଘ ବର୍ଷ ତଳୁ ମୃତ୍ୟୁ ବରଣ କରିଥିଲେ । ସଧାୟ ଦ୍ବିତୀୟ ବିବାହ କରି ରହୁଥିବା ବେଳେ ପ୍ରଥମ ସ୍ତ୍ରୀଙ୍କ ଏକମାତ୍ର ପୁଅ ଲୁଗୁ ହେମ୍ବ୍ରମ (୨୮) ତାର ସ୍ତ୍ରୀ ଓ ଛୁଆ ପିଲାଙ୍କୁ ଧରି ଟମକା ରେ ଘର ଭଡା ନେଇ ରହୁଥିଲା । ପଡୋଶୀମାନଙ୍କ କହିବା ମୁତାବକ ବାପା ସଦାୟ ପୁଅ ଲୁଗୁ ର ପରିବାରକୁ ଘରେ ସ୍ଥାନ ଦେଉନଥିବା ରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଲାଗି ରହୁଥିଲା ।

- Advertisement -

ରବିବାର ବିଳମ୍ବିତ ରାତିରେ ଗ୍ରାମରେ ଥିବା ଏକ ବିବାହ ଭୋଜିରେ ଲୁଗୁ ଯୋଗ ଦେଇଥିଲା । ରାତି ପ୍ରାୟ ସାଢେ ଗୋଟାଏ ବେଳେ ସେ ଘରକୁ ଯାଇଥିବା ବେଳେ ସେଠାରେ ସାବତ ମାଆ ଓ ବାପା ସହିତ ଝଗଡ଼ା ହୋଇଥିଲା । ଉତ୍ତ୍ୟକ୍ତ ପୁଅ ଲୁଗୁ ଘରୁ ଏକ ଏକ ଟାଙ୍ଗିଆ ଆଣି ବାପା ମୁଣ୍ଡ ଓ ବେକରେ ଦୁଇ ଚୋଟ ପକାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ପରେ ରକ୍ତମୁଖା ପୁଅ ସାବତ ମାଆ କୁନି କୁ (ଛଦ୍ମନାମ) ଘର ଭିତରେ ଦୁଷ୍କର୍ମ କରିଥିବା କୁନି ଅଭିଯୋଗ କରିଛନ୍ତି ।

ସୋମବାର ସକାଳେ କୁନି ଘଟଣା ସମ୍ପର୍କରେ ଟମକା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ସେଠାରେ ପହଞ୍ଚି ହତ୍ୟାକାରୀ କୁ ଗିରଫ କରିଥିଲେ । ଘଟଣା ସ୍ଥଳରୁ ରକ୍ତ ଭିଜା ଟାଙ୍ଗିଆ ଜବତ କରାଯାଇଥିବା ପୁଲିସ ସୁଚନା ଦେଇଛି । ଅପରାହ୍ନରେ ସାଇଣ୍ଟିଫିକ ଟିମ୍ ହତ୍ୟା ଓ ଦୁଷ୍କର୍ମ ଘଟଣାର ପ୍ରମାଣ ତନଖି କରିଛନ୍ତି । ଦୁଷ୍କର୍ମ ଘଟଣା ରେ ଉଭୟ ଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିବା ଜଣାପଡ଼ିଛି । ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories