www.samajalive.in
Saturday, December 13, 2025
26.1 C
Bhubaneswar

ରାଜ୍ୟର ପ୍ରଥମ ବୈଦ୍ୟୁତିକ ଯାନ ଚାର୍ଜିଂ କରିଡର ଲୋକାର୍ପିତ

ସମ୍ବଲପୁର(ସିଟି) : ବୈଦ୍ୟୁତିକ ଯାନ ପାଇଁ ଭାରତ ପେଟ୍ରୋଲିୟମର ‘ସମ୍ବଲପୁର-ରାୟପୁର-ନାଗପୁର ଜାତୀୟ ରାଜପଥ’ ଦ୍ରୁତ ଚାର୍ଜିଂ କରିଡ଼ର ଆଜି ଉଦ୍‌ଘାଟିତ ହୋଇଯାଇଛି। ସାରା ଦେଶର ବିଭିନ୍ନ ରାଜପଥର ପେଟ୍ରୋଲ ପମ୍ପଗୁଡିକରେ ବୈଦ୍ୟୁତିକ ଯାନ ପାଇଁ ଚାର୍ଜିଂ ପଏଣ୍ଟ ଲଗାଯିବାକୁ ବିପିସିଏଲ୍‌ ପକ୍ଷରୁ ଆରମ୍ଭ ହୋଇଥିବା ଅଭିଯାନରେ ଏହା ହେଉଛି ଦେଶର ଷଷ୍ଠ ତଥା ଓଡ଼ିଶାର ପ୍ରଥମ କରିଡ଼ର। ‘ହ୍ୟାଲୋ ବିପିସିଏଲ୍‌’ ମୋବାଇଲ୍‌ ଆପ୍ଲିକେସନ ମାଧ୍ୟମରେ ଟ୍ରାକ୍‌ କରିପାରିବେ ବୋଲି ବିପିସିଏଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ(ରିଟେଲ) ପି. ଏସ ରବି ରବିବାର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବୈଦ୍ୟୁତିକ ଯାନର କମ୍ପାନୀ ଏବଂ କ୍ଷମତା ଅନୁସାରେ ଚାର୍ଜିଂର ସମୟ ନିର୍ଦ୍ଧାରିତ ହେବ। ତେବେ ସର୍ବାଧିକ ୧ ଘଣ୍ଟା ମଧ୍ୟରେ ଶତ ପ୍ରତିଶତ ଚାର୍ଜିଂ ହୋଇପାରିବ ବୋଲି ଶ୍ରୀ ରବି କହିଛନ୍ତି। ସେହିପରି ଚାର୍ଜିଂ ଅନୁରୂପ ଦେୟ ଦେବାକୁ ପଡିବ। ତେବେ ପେଟ୍ରୋଲ ତୁଳନାରେ ଦେୟ ୩୦ ପ୍ରତିଶତ ପର୍ଯ୍ୟନ୍ତ ଶସ୍ତା ରହିବ ବୋଲି ସେ କହିଛନ୍ତି। ଗ୍ରାହକଙ୍କ ସୁବିଧା ଦୃଷ୍ଟିରୁ ଚାର୍ଜିଂ ବ୍ୟବସ୍ଥାକୁ ଡିଜିଟାଲ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ପୂର୍ବାଞ୍ଚଳ ଜୋନ ମୁଖ୍ୟ (ରିଟେଲ) ଦେବାଶିଷ ନାୟକ, ଓଡ଼ିଶା ରାଜ୍ୟ ମୁଖ୍ୟ (ରିଟେଲ) ପ୍ରୀୟଦର୍ଶୀ ପଣ୍ଡା, ଜିଏମ ଦୀପକ ଜୈନ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories