www.samajalive.in
Thursday, December 11, 2025
15.1 C
Bhubaneswar

ସମ୍ବଳ ଅଭାବ; ରୋଗ ପାଲଟିଛି ଅଭିଶାପ

ଚନ୍ଦନପୁର: ବେଳେ ବେଳେ ଭଗବାନ କାହା ପାଇଁ କେଉଁ ଯନ୍ତ୍ରଣା ନେଇ ଆସନ୍ତି,କେହି ଜାଣନ୍ତି ନାହିଁ। କେତେବେଳେ ବିଭିନ୍ନ ବିରଳ ଦୁରାରୋଗ ଚିକିତ୍ସିତ ହୋଇ ନ ପାରି ଅଭିଶାପ ପାଲଟିଯାଇ ସେମାନଙ୍କ ଜୀବନ ଦୁର୍ବିସହ ହୋଇ ପଡେ। ଏପରିକି ନିଜର ଦୈନଦିନ କାର୍ଯ୍ୟ ସହ ସାମାଜିକ ଭାବେ ବଞ୍ଚିବା କଷ୍ଟକର ହୋଇଯାଏ। ଏଭଳି ଏକ ବିରଳ ଘଟଣା ଦେଖିବାକୁ ମିଳିଛି ପୁରୀ ସଦର ବ୍ଳକ ଅଧୀନ କେରାଣ୍ଡିପୁର ପଞ୍ଚାୟତର କେରାଣ୍ଡିପୁର ଗ୍ରାମରେ। ୧୯୯୯ମସିହାରେ ଜନ୍ମିତ ମିତାଞ୍ଜଳି ସ୍ୱାଇଁ ଜନ୍ମରୁ ବିରଳ ଚର୍ମରୋଗରେ ଆକ୍ରାନ୍ତ। ଜନ୍ମବେଳେ ତାଙ୍କ ଶରୀରର ବିଭିନ୍ନ ସ୍ଥାନ ଫାଟି ରକ୍ତ ଝରିବା ଆରମ୍ଭ ହୋଇଥିଲା। ପରେ ଏହି ପ୍ରକ୍ରିୟା ବଢି ଅସହ୍ୟ ଯନ୍ତ୍ରଣା ଅନୁଭୂତ ହେଲା। ବାପା ବାଙ୍କନିଧି ସ୍ୱାଇଁ ଦିନ ମଜୁରିଆ। ୪ ଡିସିମିଲ ଘରଡିହକୁ ଛାଡିଦେଲେ ଅନ୍ୟ କୌଣସି ସମ୍ବଳ ନାହିଁ। ୫ ପ୍ରାଣୀ କୁଟୁମ୍ବ ଦୁଃଖ କଷ୍ଟରେ କୌଣସି ପ୍ରକାରେ ଚଳିଯାଉଥିବାବେଳେ,ମିତାଞ୍ଜଳିଙ୍କ ବିରଳ ଦୁରାରୋଗ ତାଙ୍କ ପରିବାର ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ପୁରୀର ଜନୈକ ଚର୍ମରୋଗ ବିଶେଷଜ୍ଞଙ୍କ ନିକଟରେ ଚିକିତ୍ସା କରାଇଥିଲେ; କିନ୍ତୁ ସ୍ୱଳ୍ପ ଆୟରେ ବେଶୀ ଦିନ ଚିକିତ୍ସା କରାଇବା ସମ୍ଭବ ନ ହେବାରୁ ଝିଅକୁ ଘରକୁ ନେଇ ଆସିଥିଲେ। ବିଭିନ୍ନ ସମୟରେ ଜିଲା ପ୍ରଶାସନ ଏବଂ ଲୋକ ପ୍ରତିନିଧିଙ୍କୁ ଜଣାଇଛନ୍ତି; କିନ୍ତୁ ସବୁ ଆଡୁ ନିରାଶା ହିଁ ହାତରେ ଲାଗିଛି। ଏପଟେ ବୟସ ବଢ଼ିବା ସହିତ ମିତାଞ୍ଜଳିଙ୍କ ଯନ୍ତ୍ରଣା ବଢ଼ିବାରେ ଲାଗିଛି। ପୂର୍ବରୁ ଯେନତେନ ପ୍ରକାରେ ନିଜ କାମ କରିପାରୁଥିଲେ; ଦୁଇ ବର୍ଷ ପୂର୍ବେ ଦୁର୍ଘଟଣାବଶତଃ ତାଙ୍କ ଗୋଡ଼ ଭାଙ୍ଗିଯାଇଥିଲା। ବାଙ୍କନିଧି ବିଭିନ୍ନ ଡାକ୍ତରଖାନାକୁ ନେଇଥିଲେ ବି ଝିଅର ଅବସ୍ଥା ଦେଖି କେହି ଚିକିତ୍ସା କରିବା ପାଇଁ ରାଜି ହୋଇ ନ ଥିଲେ। ଫଳରେ ମିତାଞ୍ଜଳି ଅର୍କମଣ୍ୟ ଅବସ୍ଥାରେ ଘରେ ପଡି ରହିଛନ୍ତି। ବର୍ତ୍ତମାନ ମୁଣ୍ଡରୁ ତଳିପା ପର୍ଯ୍ୟନ୍ତ ଫାଟି କ୍ଷତ ଜର୍ଜରିତ ରକ୍ତାକ୍ତ ଅବସ୍ଥାରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। କୌଣସି ଡାକ୍ତର ଏହି ବିରଳ ଚର୍ମରୋଗକୁ ଚିହ୍ନଟ କରିବାରେ ସକ୍ଷମ ହୋଇପାରି ନାହାନ୍ତି। ନା ଅଧିକ ଚିକିତ୍ସା ପାଇଁ କୌଣସି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନର ସାହାଯ୍ୟ ସହଯୋଗ ମିଳିପାରିଛି। ଜନ୍ମରୁ ଏହି ବିରଳ ଦୁରାରୋଗରେ ପୀଡିତା ମିତାଞ୍ଜଳି ଦୀର୍ଘ ୧୯ବର୍ଷ ହେଲା ଚିକିତ୍ସିତ ହୋଇ ନ ପାରି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ବର୍ତ୍ତମାନ କିଛି ସ୍ୱେଚ୍ଛାସେବୀ ଏଥିପାଇଁ ଅଣ୍ଟା ଭିଡ଼ିଛନ୍ତି। ମିତାଞ୍ଜଳିଙ୍କ ସମ୍ପର୍କରେ ଉପଜିଲାପାଳ ଭାବତାରଣ ସାହୁ କୁହନ୍ତି,ଜିଲା ଜରୁରୀକାଳୀନ ସହାୟତା ବିଭାଗକୁ ଆବେଦନ କରାଗଲେ,ଚିକିତ୍ସା ନିମନ୍ତେ ସମସ୍ତ ପ୍ରକାର ସହାୟତା ପାଇଁ ବ୍ୟବସ୍ଥା କରାଯିବ। ସହୃଦୟ ବ୍ୟକ୍ତବିଶେଷ ଜିଲା ପ୍ରଶାସନ,ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନ ମିତାଞ୍ଜଳିର ଚିକିତ୍ସା ପାଇଁ ସାହାଯ୍ୟ ସହଯୋଗ କରିବା ପାଇଁ ପରିବାର ଲୋକେ ଅନୁରୋଧ କରିଛନ୍ତି। ମିତାଞ୍ଜଳିଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଫୋନ୍‍ ନମ୍ବରରେ- ୭୩୮୧୧୯୫୯୨୪ ଯୋଗାଯୋଗ କରିପାରିବେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories