www.samajalive.in
Sunday, December 14, 2025
14.1 C
Bhubaneswar

ଓଡ଼ିଶା ବ୍ରାହ୍ମଣ କଲ୍ୟାଣ ନିଗମ ଗଠନ ପାଇଁ ଦାବି

ନବରଙ୍ଗପୁର: ଓଡ଼ିଶା ବ୍ରାହ୍ମଣ ମହାସଂଘ, ନବରଙ୍ଗପୁର ଜିଲା ପକ୍ଷରୁ ଓଡ଼ିଶା ବ୍ରାହ୍ମଣ କଲ୍ୟାଣ ନିଗମ ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କର ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର କର୍ମକର୍ତ୍ତାମାନେ ଜିଲାପାଳ ଡଃ.କମଳ ଲୋଚନ ମିଶ୍ରଙ୍କୁ ଭେଟି ଆଲୋଚନା କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ। ଓଡ଼ିଶାରେ ପ୍ରାୟ ୩୮ ଲକ୍ଷ ବ୍ରାହ୍ମଣ ବସବାସ କରନ୍ତି। ଏହି ମହାସଂଘ ୧୮୬୦ ସେସୋଇଟି ଆକ୍ଟ ଅନୁଯାୟୀ ପଞିକୃତ ହୋଇଛିିି। ଭାରତର ଅଖଣ୍ଡତାର ସୁରକ୍ଷା, ହିନ୍ଦୁଧର୍ମର ରକ୍ଷା, ସମାଜରେ ସଦ୍‌‌ଭାବ ଓ ଆଧ୍ୟାତ୍ମିକତାର ପ୍ରସାର ଆଦି ଦିଗରେ କାର୍ଯ୍ୟ କରୁଛନ୍ତି। ପ୍ରାଚୀନ କାଳରୁ ଏମାନେ ପରମ୍ପପରା କ୍ରମେ ବୁଦ୍ଧିଜୀବୀ ଓ ସବୁବେଳେ ‘ସର୍ବେଭବନ୍ତୁ ସୁଖିନଃ’ ନୀତିରେ ସମାଜକୁ ପଥପଦର୍ଶନ କରିଆସୁଛନ୍ତି। ତେବେ ସ୍ୱାଧୀନ ହେବା ପରେ ବହୁ ପରିବର୍ତ୍ତନ ହୋଇଛି। ଗରୀବ ଓ ମଧ୍ୟବିତ୍ତ ପରିବାର ବହୁହଇରାଣ ହେଉଛନ୍ତି। ଅଧିକାଂଶ ଏବେ ଅସହାୟ ଓ ଅବହେଳିତ ହୋଇ ଜୀବନ ଅତିବାହିତ କରୁଛନ୍ତି। କେତେ ରାଜ୍ୟସରକାର ବ୍ରାହ୍ମଣ କଲ୍ୟାଣ ନିଗମ ଗଠନ କରି ବ୍ରାହ୍ମଣ କଲ୍ୟାଣ କାମ କରୁଛନ୍ତି। ତେବେ ବହୁ ବର୍ଷଧରି ଦାବି ହେବା ପରେ ମଧ୍ୟ ଓଡ଼ିଶାରେ ଏଭଳି ନିଗମଟିଏ ଏପର୍ଯ୍ୟନ୍ତ ଗଠନ ହୋଇ ପାରିନାହିଁ। ତେବେ ରାଜ୍ୟ ସରକରେ ଅନ୍ୟରାଜ୍ୟ ଭଳି ବ୍ରାହ୍ମଣ କଲ୍ୟାଣ ନିଗମ ତୁରନ୍ତ ଗଠନ କରି ଅବହେଳିତ ଓ ଦୁର୍ବଳ ଶ୍ରେଣୀର ବ୍ରାହ୍ମଣ ମାନଙ୍କୁ ସୁବିଧାମାନ ପ୍ରଦାନ କରିବାକୁ ନିବେଦନ କରାଯାଇଛି। ଜିଲା ବ୍ରାହ୍ମଣ ସମାଜର ସଭାପତି ସୁରେଶ ଚନ୍ଦ୍ର ତ୍ରିପାଠୀ, ସଙ୍ଗଠନ ସମ୍ପାଦକ ଗଣେଶ ଦାସ, ସମ୍ପାଦକ ମୃତ୍ୟୁଞୟ ଦାସ, କୋଷାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ମିଶ୍ର ଓ ପରିଚାଳନା କମିଟି ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୂଖ ଦାବୀପତ୍ର ପ୍ରଦାନ କରିଥିଲେ।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories