www.samajalive.in
Sunday, December 14, 2025
26.1 C
Bhubaneswar

ଖରାଦିନରେ ଏହି ଖାଦ୍ୟଦ୍ରବ୍ୟରୁ ନିଜକୁ ଦୂରେଇ ରଖନ୍ତୁ

ସୁସ୍ଥ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମକୁ ଆମ ଖାଦ୍ୟ ଉପରେଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ । ବିଶେଷ ଭାବେ ଖରା ଦିନରେ ସଠିକ ଖାଦ୍ୟପେୟ ନଖାଇବା ଦ୍ୱାରା ଆମକୁ ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଖରାଦିନରେ କେଉଁ ପ୍ରକାରର ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ, ତାହା ଜାଣିବା ନିତ୍ୟାନ୍ତ ଆବଶ୍ୟକ । ସେହି ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖିବା ମଧ୍ୟ ଉଚିତ । ଜାଣନ୍ତୁ ଖରା ଦିନରେ କେଉଁ ଖାଦ୍ୟଦ୍ରବ୍ୟରୁ ନିଜକୁ ଦୂରେଇ ରଖିବା ଉଚିତ….
ଅଧିକ ମସଲାଯୁକ୍ତ ଖାଦ୍ୟ –
ଅଧିକ ମସଲା ଖାଦ୍ୟର ସ୍ୱାଦକୁ ବଢାଇଲେ ମଧ୍ୟ ଖରା ଦିନରେ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏସିଡ଼ିଟି, ବଦହଜମି ହେବା ସହ ହଜମ କ୍ରିୟା ଉପରେ ମଧ୍ୟ ପ୍ରଭାବ ପକାଏ । ପେଟ ଜନିତ ବହୁ ସମସ୍ୟା ସୃଷ୍ଟି ହୋଇଥାଏ ।
କମ ପରିମାଣରେ ଆମିଷ ଖାଆନ୍ତୁ –
ଖରାଦିନରେ ସମ୍ଭବତଃ ଆମିଷ ବ୍ୟଞ୍ଜନର ସେବନ କମ କରନ୍ତୁ । ଆମିଷ ହଜମ ହେବାକୁ ଅଧିକ ସମୟ ଲାଗିଥାଏ ଓ ଶରୀରର ଉଷ୍ଣତା ମଧ୍ୟ ବୃଦ୍ଧି ପାଏ, ଫଳରେ ଅଧିକ ଗରମ ଲାଗି ଝାଳ ବୋହି ଥାଏ । ତେଣୁ ଏହି ଦିନରେ ଆମିଷ କମ ମାତ୍ରାରେ ଖାଆନ୍ତୁ ।
ଜଙ୍କ ଫୁଡ଼ –
ଖରାଦିନରେ ଜଙ୍ଗ ଫୁଡ଼ ଖାଇବା ପରିବର୍ତ୍ତେ ସବୁଜ ପନିପରିବା ଅଧିକ ଖାଇବା ଉଚିତ । ସବୁଜ ପନିପରିବା ଖାଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ । ବହୁ ରୋଗରୁ ମଧ୍ୟ ରକ୍ଷା କରିଥାଏ ।
ଚା’ ଓ କଫି – ବହୁ ଲୋକଙ୍କର ଦିନ ମଧ୍ୟରେ ୪ ରୁ ୫ ଥର ଚା’ ଓ କଫିର ସେବନ କରିଥାଆନ୍ତି । ମାତ୍ର ଖରାଦିନରେ ଏପରି କରିବା ଉଚିତ ନୁହେଁ । ଏହା ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ସୃଷ୍ଟି କରେ । ତେଣୁ ଦିନକୁ ଥରେ ଚା’ କିମ୍ବା କଫି ପିଅନ୍ତୁ ।
ଚିଜ – ଚିଜ ଓ ଚିଜରେ ପ୍ରସ୍ତୁତ ଖାଦ୍ୟଦ୍ରବ୍ୟ ଖାଇବା ସଭିଁଙ୍କୁ ବେଶ ପସନ୍ଦ । ମାତ୍ର ଏଥିରେ ଅଧିକ ପରିମାଣରେ କ୍ୟାଲୋରୀ ଓ ଫ୍ୟାଟ ଥିବାରୁ ଖରାଦିନରେ ଏହାକୁ ଖାଇବା ଅନୁଚିତ ।

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories