www.samajalive.in
Sunday, December 14, 2025
26.1 C
Bhubaneswar

୨କୋଟି ୯୫ଲକ୍ଷ ଟଙ୍କାର ଲାପ୍‌ଟପ୍‌; ବିଶେଷତ୍ବ ଜାଣି ଉଡ଼ିଯିବ ହୋସ୍‌

ନୂଆଦିଲ୍ଲୀ: ଲାପ୍‌ଟପ୍‌ ଆଜିକାଲି ଦୈନନ୍ଦିନ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟିଛି। ଅଫିସ୍‌ କାମଠାରୁ ଆରମ୍ଭ କରି ଅନ୍‌ଲାଇନ୍‌ ପାଠପଢା ଓ ମନୋରଞ୍ଜନ ପାଇଁ ଆମେ ଲାପ୍‌ଟପ୍‌ର ବ୍ୟବହାର କରିଥାଉ। କିନ୍ତୁ କ’ଣ ଆପଣ ଜାଣନ୍ତି ଯେ, ଦୁନିଆରେ ୩ କୋଟି ଟଙ୍କା ପର୍ଯ୍ୟନ୍ତ ଲାପ୍‌ଟପ୍‌ ଉପଲବ୍ଧ ଅଛି। ଆଜ୍ଞା ହଁ, ଆଜି ଆମେ ଆପଣଙ୍କୁ ଏପରି ଏକ ଦାମୀ ଲାପ୍‌ଟପ୍‌ ବିଷୟରେ କହିବାକୁ ଯାଉଛୁ। ଏହି ଲାପ୍‌ଟପ୍‌ର ନାଁ Tulip E-Go Diamond ଓ ଏହାର ମୂଲ୍ୟ ହେଉଛି ୩୫୫,୦୦୦ ଆମେରିିକୀୟ ଡଲାର ଅର୍ଥାତ୍‌ ୨ କୋଟି ୯୫ ଲକ୍ଷ ଟଙ୍କା। ଆସନ୍ତୁ ଜାଣିବା ଏହି ଲାପ୍‌ଟପ୍‌ର ଦାମ୍‌ ଏତେ ଅଧିକ କାହିଁକି ଓ ଏହାର ଫିଚର୍‌ ବିଷୟରେ –

ଲାପଟପ୍‌ର ଡିଜାଇନ୍ ଏବଂ ଲୁକ୍ ବେଶ୍‌ ଚିତ୍ତାକର୍ଷକ। ଆଣ୍ଟି-ରିଫ୍ଲେକ୍ସନ ସ୍କିନ୍‌ ସହିତ ଏହା ଏକ ଦୀର୍ଘସ୍ଥାୟୀ ଲାପଟପ୍। Tulip E-Go Diamond ନାମକ ଏହି ଲାପ୍‌ଟପ୍‌ ଦେଖିବାକୁ ମହିଳାଙ୍କ ହ୍ୟାଣ୍ଡବ୍ୟାଗ୍‌ ଭଳି। ଲାପ୍‌ଟପ୍‌କୁ ନେବା ପାଇଁ କୌଣସି ଅଲଗା ବ୍ୟାଗ୍‌ର ଆବଶ୍ୟକତା ନାହିଁ। ଆପଣ ଏହାକୁ ହ୍ୟାଣ୍ଡବ୍ୟାଗ୍‌ ଭଳି ଯେକୌଣସି ସ୍ଥାନକୁ ନେଇ ଯାଇପାରିବେ। ଅନ୍ୟ ଲାପ୍‌ଟପ୍ ପରି ଏହାକୁ ଧରିବାର କୌଣସି ଆବଶ୍ୟକତା ନାହିଁ। ଏହା ଦୁନିଆର ତୃତୀୟ ମହଙ୍ଗା ଲାପଟପ୍। ଏହା ଏତେ ମହଙ୍ଗା ହେବାର ଏକ ମୁଖ୍ୟ କାରଣ ହେଉଛି ଲାପଟପ୍‌କୁ ହ୍ବାଇଟ୍‌ ଗୋଲ୍ଡ ଏବଂ ହୀରା ଦ୍ୱାରା ସଜାଯାଇଛି। ଏହି ଲାପଟପ୍ ୨୦୦୬ରେ ତିଆରି ହୋଇଥିଲା ଏବଂ ଏହାର କେବଳ ଅଳ୍ପ କିଛି ୟୁନିଟ୍ ତିଆରି କରାଯାଇଥିଲା।

- Advertisement -

ଲାପ୍‌ଟପ୍‌ଟି ଦେଖିବାକୁ ଯେତିକି ସୁନ୍ଦର ଏହାର ଫିଚର୍‌ଗୁଡ଼ିକ ମଧ୍ୟ ସେତିକି ଆକର୍ଷଣୀୟ। ଲାପ୍‌ଟପରେ ଇଣ୍ଟିଗ୍ରେଟେଡ଼୍‌ ୱେବକ୍ୟାମର ସପୋର୍ଟ ଦିଆଯାଇଛି। ସେହିପରି ଏହାକୁ ଦୀର୍ଘ ସମୟ ଧରି ବ୍ୟବହାର କରିବାକୁ ଡିଜାଇନ୍ କରାଯାଇଛି। ଅର୍ଥାତ୍‌ ଯଦି ଆପଣ ଏହାକୁ ଦୀର୍ଘ ସମୟ ଧରି ବ୍ୟବହାର କରନ୍ତି, ତେବେ ଏହା ଆଖି ଉପରେ କୁପ୍ରଭାବ ପକାଇବ ନାହିଁ। ଏଥିରେ MD Turion 64 ବିଟ୍‌ ସିପିୟୁ ସହ ୧ ଜିବି ଓ ୨ ଜିବି ମେମୋରୀର ୨ ସ୍ଲଟ୍‌ ଉପଲବ୍ଧ। ଲାପ୍‌ଟପ୍‌ରେ ୧୦୦ ଜିବି, ୧୬୦ ଜିବି ଷ୍ଟୋରେଜ୍‌ ରହିଛି।

ଏହି ଲାପ୍‌ଟପ୍‌ରେ ମାଇକ୍ରୋସଫ୍ଟ ୱିଣ୍ଡୋଜ୍‌ର ଅପରେଟିଂ ସିଷ୍ଟମ୍‌ ରହିଛି। କନେକ୍ଟିଭିଟି ପାଇଁ ଏଥିରେ ୨ ୟୁଏସବି ୨.୦ ପୋର୍ଟ, ୧ ୟୁଏସବି ପୋର୍ଟ ଓ ବ୍ଲୁଟୁଥ୍‌ ୨.୦ର ସପୋର୍ଟ ଦିଆଯାଇଛି। ଏହି ଲାପ୍‌ଟପ୍‌କୁ ଥରେ ସମ୍ପୂର୍ଣ୍ଣ ଚାର୍ଜ କଲେ ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିବ।

 

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories