www.samajalive.in
Monday, December 8, 2025
24.1 C
Bhubaneswar

ଦିଲ୍ଲୀ ରାଜ୍ୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ବିଶେଷଜ୍ଞ ଦଳଙ୍କ ରେଭେନସା ବିଶ୍ୱବିଦ୍ୟାଳୟ ପରିଦର୍ଶନ

କଟକ : ଦିଲ୍ଲୀ ରାଜ୍ୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ଏକ ବିଶେଷଜ୍ଞ ଦଳ ରେଭେନସା ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ। ଏହି ଅବସରରେ ଶିକ୍ଷା ବିଭାଗରେ ଆୟୋଜିତ ଏକ କର୍ମଶାଳାରେ ଯୋଗ ଦେଇଥିଲେ। ଏହି ବିଶେଷଜ୍ଞ ଦଳର ନେତୃତ୍ୱ ଦିଲ୍ଲୀ ଏସ୍‌‌ସିଆରଟିର ବରିଷ୍ଠ ପ୍ରଫେସର ଡକ୍ଟର ଧର୍ମେନ୍ଦ୍ର ଡାଗର ନେଇଥିଲେ। ଶିକ୍ଷକ ପ୍ରଶିକ୍ଷଣ, ଗବେଷଣା ଓ ନବାଚାରର ପ୍ରାୟୋଗିକ ଗତିବିଧି କିପରି ଶିକ୍ଷକ ଶିକ୍ଷାରେ ଗୁଣବତ୍ତା ଆଣିପାରିବ ଏବଂ ଏହି ନବାଚାର ପ୍ରୟୋଗ ଦ୍ୱାରା ବିଦ୍ୟାଳୟ ଶିକ୍ଷାରେ ଗୁଣାତ୍ମକ ମାନ ବଢିପାରିବ ବୋଲି ଡକ୍ଟର ଡାଗର ମତବ୍ୟକ୍ତ କରିଥିଲେ। ଏହି ବିଶେଷଜ୍ଞ ଦଳର ଅନ୍ୟ ପ୍ରଫେସରମାନେ ଶିକ୍ଷକ ପ୍ରଶିକ୍ଷଣ ଓ ବିଦ୍ୟାଳୟ ଶିକ୍ଷାରେ ବେଷ୍ଟ ପ୍ରାକଟିସ୍‌‌ ଗୁଡିକର ନବାଚାର ଏବଂ ଅନୁପ୍ରୟୋଗ ସମ୍ବନ୍ଧରେ ଅନୁଭୂତି ବାଣ୍ଟି ଥିଲେ। ଶିକ୍ଷକ ପ୍ରଶିକ୍ଷଣରେ ଏପରି ପରିବର୍ତ୍ତନରେ ଆବଶ୍ୟକତା ରହିଛି ଯାହା ରାଷ୍ଟ୍ରୀୟ ଶିକ୍ଷାନୀତି-୨୦୨୦ର କାର୍ଯ୍ୟାନ୍ୱୟନରେ ସହାୟକ ହୋଇପାରିବ। ଆଗାମୀ ଶିକ୍ଷକ ପିଢିକୁ ଗବେଷଣା ଓ ନବାଚାର ପ୍ରୟୋଗରେ ଦକ୍ଷତା ଓ ପ୍ରବୀଣତାର ପ୍ରଶିକ୍ଷଣରେ ନିରନ୍ତରତା ଆଣିପାରିବ। କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଶିକ୍ଷା ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ସୁଦର୍ଶନ ମିଶ୍ର କହିଛନ୍ତି, ରାଷ୍ଟ୍ରୀୟ ଶିକ୍ଷାନୀତି -୨୦୨୦ କାର୍ଯ୍ୟକାରୀ ହେଲେ ଶିକ୍ଷକ ପ୍ରଶିକ୍ଷଣରେ ଅନେକ ପରିବର୍ତ୍ତନ ସମ୍ଭବ ହୋଇ ପାରିବ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ, ଅଧ୍ୟାପିକା ଓ ଶିକ୍ଷାର୍ଥୀ ମାନେ ଯୋଗ ଦେଇ ନବାଚାର ଗତିବିଧି ସମ୍ବନ୍ଧିତ ପ୍ରଶିକ୍ଷଣ ନେଇଥିଲେ। ବରିଷ୍ଠ ପ୍ରାଧ୍ୟାପକ ଡ.ଶରତ କୁମାର ରାଉତ ପରିଚୟ ଓ ସ୍ୱାଗତ ପ୍ରଦାନ କରିଥିବା ବେଳେ ଡ. ଅଶୋକ ଦଂଶନା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories