www.samajalive.in
Friday, December 12, 2025
27.1 C
Bhubaneswar

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଜି.ଉଦୟଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ

ଜି.ଉଦୟଗିରି: ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ କରିବାକୁ ପ୍ରଚାର ବା ପ୍ରସାର ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ କାର୍ଯ୍ୟ କରିଥାଏ। ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଜି.ଉଦୟଗିରି ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଫେବୃୟାରୀ ଆରମ୍ଭରୁ ତାଲା ଝୁଲୁଛି।

ବିବରଣୀରୁ ପ୍ରକାଶ ଯେ, ଉକ୍ତ କାର୍ଯ୍ୟାଳୟଟି ୧୯୮୦ ମସିହାରେ ୬ ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟାଳୟର କାର୍ଯ୍ୟ ଥିଲା ସରକାରୀ କାର୍ଯ୍ୟକ୍ରମକୁ ଗ୍ରାମାଞ୍ଚଳର ଜନସାଧାରଣଙ୍କ ନିକଟରେ ପରଦା ମାଧ୍ୟମରେ ପ୍ରଚାର ଓ ପ୍ରସାର କରିବା। ଏଥିପାଇଁ ରେଡିଓ ଇନସ୍ପେକ୍ଟର ଓ ଅପରେଟର ନିଯୁକ୍ତି ହୋଇଥିବା ବେଳେ ଏହା ଏବେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ପରେ ବିଭିନ୍ନ କାରଣରୁ ଏହି କାର୍ଯ୍ୟାଳୟରୁ ଚାରିଜଣ କର୍ମଚାରୀ ଚାଲିଯିବା ପରେ ଜଣେ ଲାଇବ୍ରେରିଆନ ଓ ଅନ୍ୟଜଣେ କର୍ମଚାରୀରେ ବହୁ ଦିନ ପର୍ୟ୍ୟନ୍ତ କାର୍ଯ୍ୟାଳୟ ଚାଲିଥିଲା। ତେବେ ମଝିରେ କିଛି ଦିନ ପାଇଁ ଜଣେ ଅତିରିକ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ। ତାଙ୍କର ବଦଳି ହୋଇଯିବା ପରେ ପୁଣି ଦୁଇଜଣରେ କାର୍ଯ୍ୟାଳୟ ଚାଲିଥିଲା।ପରବର୍ତ୍ତୀ ସମୟରେ ପ୍ରାୟ ଦେଢ ବର୍ଷ ହେଲା ଲାଇବ୍ରେରିଆନଙ୍କ ପଦୋନ୍ନତି ହୋଇଯିବା ପରେ ତାଙ୍କୁ ଫୁଲବାଣୀ ବଦଳି ହୋଇଯାଇଥିଲା। ସେହିଦିନଠାରୁ ଜଣେ ତଳିଆ କର୍ମଚାରୀରେ କାର୍ଯ୍ୟାଳୟ ସୁରୁଖୁରୁରେ ଚାଲିଥିବା ବେଳେ ବ୍ୟକ୍ତିଗତ ଅସୁବିଧା ଯୋଗୁଁ ସେ କର୍ମଚାରୀ ମଧ୍ୟ ସ୍ବେଛାକୃତ ଅବସର ପାଇଁ ଆବେଦନ କରିଥିଲେ। ତାଙ୍କର ସ୍ବେଚ୍ଛାକୃତ ଅବସର ଗ୍ରହଣଯୋଗ୍ୟ ହୋଇ ଗତ ଜାନୁଆରୀ ୩୧ ତାରିଖରେ ତାଙ୍କୁ ଅବସର ଦିଆଯାଇଥିଲା।

- Advertisement -

ପ୍ରକାଶ ଥାଉକି, ଜି.ଉଦୟଗିରି, ରାଇକିଆ, ଟିକାବାଲି ଓ ଚକାପାଦ ଅଞ୍ଚଳ ଏହି କାର୍ଯ୍ୟାଳୟ ଅନ୍ତର୍ଗତ ଅଞ୍ଚଳ ହୋଇଥିବା ବେଳେ ଫେବୃୟାରୀ ମାସ ଆରମ୍ଭରୁ କାର୍ଯ୍ୟାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories