www.samajalive.in
Friday, December 12, 2025
23.1 C
Bhubaneswar

ମିଶନ ଶକ୍ତି କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ଦାବି; ମଙ୍ଗଳବାର ଜିଲାପାଳ କାର୍ଯ୍ୟାଳୟ ଘେରିବ ଆପ୍‌

କେନ୍ଦୁଝରଗଡ଼: ମିଶନ ଶକ୍ତିରେ କାର୍ଯ୍ୟରତ ସହାୟକ କର୍ମଚାରୀ ଏମବିକେ, ସିଆରପି, କୃଷିମିତ୍ର, ପ୍ରାଣୀମିତ୍ର, ବ୍ୟାଙ୍କ ମିତ୍ର ଏବଂ ଏଲଏସ୍‌‌ପିଙ୍କୁ ସ୍ଥାୟୀ ନିଯୁକ୍ତି ଓ ଦରମା ବୃଦ୍ଧି ଦାବିରେ ଆସନ୍ତା ମଙ୍ଗଳବାର ଆମ୍‌‌ ଆଦମୀ ପାର୍ଟି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବ। କେନ୍ଦୁଝର ବଳଦେବଜୀଉ କଲୋନୀସ୍ଥିତ ଜିଲା ପାର୍ଟି କାର୍ଯ୍ୟାଳୟରେ ଆପ୍ କେନ୍ଦୁଝର ଜିଲା ସଂଯୋଜକ ମେଘନାଦ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଯୋଜକ ଶ୍ରୀ ମାଝୀ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ଦୀର୍ଘ ୨୨ବର୍ଷରୁ ଊର୍ଦ୍ଧ୍ବ ସମୟଧରି ଶସନ କ୍ଷମତାରେ ଥିବା ବିଜୁ ଜନତା ଦଳ ସହାୟକ କର୍ମଚାରୀମାନଙ୍କ ଯୁକ୍ତିଯୁକ୍ତ ଦାବିକୁ ସର୍ବଦା ଅଣଦେଖା କରିଆସୁଛି। ସରକାରୀ କାର୍ଯ୍ୟକ୍ରମକୁ ସର୍ବଧିକ ସଫଳତା ପହଞ୍ଚାଇବାରେ ବିଶେଷ ଅବଦାନ ରଖିଥିବା ଏହି କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ରାଜ୍ୟ ସରକାର ପ୍ରସ୍ତୁତ ନୁହଁନ୍ତି ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି।

୨୦୨୩-୨୪ ବଜେଟକୁ ରାଜ୍ୟ ସରକାର ଏକ ବଳକା ବଜେଟ୍‌‌ ବୋଲି ଦାବି କରୁଥିବା ବେଳେ ମିଶନ ଶକ୍ତି ସହାୟକ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ସରକାର ପଛଘୁଞ୍ଚା କେଉଁ କାରଣରୁ ଦେଉଛନ୍ତି ତାହା ବୁଝା ପଡୁନାହିଁ। ଏମାନଙ୍କୁ କେବଳ ସରକାର ନିର୍ବାଚନ ପ୍ରଚାର କାର୍ଯ୍ୟରେ ନିୟୋଜିତ କରାଇ ଶାସକ ବିଜେଡି ଦଳ ପାଖରେ ଭୟଭୀତ କରି ରଖିବା ପ୍ରୟାସ ଜାରି ରଖିଥିବା ସାମ୍ବାଦିକ ସମ୍ମିଳନୀରେ ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ପରୀପ୍ରେକ୍ଷୀରେ ମିଶନ ଶକ୍ତି ଅଧିନରେ କାର୍ଯ୍ୟରତ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ସହ ସେମାନଙ୍କ ଦରମା ବୃଦ୍ଧି ଦାବିରେ ଆମ୍‌‌ ଆଦମୀ ପାର୍ଟି ପକ୍ଷରୁ ଆସନ୍ତା ମଙ୍ଗଳବାର ଜିଲାପାଳ କାର୍ଯ୍ୟାଳୟ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଜିଲା ସଂଯୋଜକ ଶ୍ରୀ ମାଝୀ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଜିଲା ସହସଂଯୋଜକ ଜୈନୁଲ ଆବେଦ୍ଦିନ, ଯୁବସଭାପତି ହେମନ୍ତ ମହାନ୍ତ, ଜିଲା ସମ୍ପାଦକ ଶୁଭଙ୍କର ମହାନ୍ତି, ଜିଲା ସଙ୍ଗଠନ ସମ୍ପାଦକ ଭବାନୀ ଶଙ୍କର ମହାନ୍ତ, କେନ୍ଦୁଝର ବ୍ଲକ ସଭାପତି ସୁଧୀର ମହାନ୍ତ, ଜୟକୃଷ୍ଣ ନାଏକ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Hot this week

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

Related Articles

Popular Categories