www.samajalive.in
Saturday, December 13, 2025
26.1 C
Bhubaneswar

ଦ୍ବିତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହେଲେ ବିଧାୟକ ଦିବ୍ୟଶଙ୍କର

ଡେସ୍କ: ଦ୍ବିତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର। ପିିପିଲି ସ୍ଥିତ ଗୁଡ଼ିଆପୋଖରୀ ନିକଟବର୍ତ୍ତୀ ଶିଉଳାଠାରେ ଥିବା ‘ଦି ଆଡଭେଞ୍ଚର କନଭେନସନ ଆଣ୍ଡ୍‌ ରିସୋର୍ଟ’ରେ ସେ ପ୍ରିୟଙ୍କା ଅଗସ୍ତୀଙ୍କ ହାତ ଧରିଛନ୍ତି।

- Advertisement -

ରବିବାର ପୂର୍ବାହ୍ନରେ ଉଭୟଙ୍କର ନିର୍ବନ୍ଧ ଶେଷ ହୋଇଥିବା ବେଳେ ଏବେ ବିବାହ ସମ୍ପନ୍ନ ହୋଇଛି। ଏଥିସହ ସନ୍ଧ୍ୟାରେ ବିବାହ ଭୋଜିରେ ଆୟୋଜନ କରାଯାଇଥିବା ସୂଚନା ମିଳିଛି। ବିବାହ ଉତ୍ସବରେ ପରିବାର ଓ ନିକଟ ସମ୍ପର୍କୀୟଙ୍କୁ ମିଶାଇ କିଛି ହାତ ଗଣତି ଲୋକ ସାମିଲ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ପ୍ରିୟଙ୍କାଙ୍କୁ ବିବାହ କରିଛନ୍ତି। ଏହା ହେଉଛି ବିଧାୟକଙ୍କ ଦ୍ୱିତୀୟ ବିବାହ। ପୂର୍ବରୁ ସେ ଜୟପାଟଣାରେ ବିବାହ କରିଥିଲେ। କୌଣସି କାରଣ ବଶତଃ ସେ ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଦିବ୍ୟଶଙ୍କରଙ୍କର ଜଣେ ପୁଅ ମଧ୍ୟ ଅଛନ୍ତି। ଅପରପକ୍ଷେ, ପ୍ରିୟଙ୍କାଙ୍କର ମଧ୍ୟ ଏହା ଦ୍ବିତୀୟ ବିବାହ। ପ୍ରଥମ ସ୍ବାମୀଙ୍କ ସହ ଛାଡ଼ପତ୍ର ପରେ ଏବେ ସେ ବିଧାୟକ ଦିବ୍ୟଶଙ୍କରଙ୍କ ହାତ ଧରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories