www.samajalive.in
Monday, December 8, 2025
24.1 C
Bhubaneswar

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ; ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଆମପଡାର ଡାଙ୍ଗବାହଲି ଖେଳପଡିଆ ନିକଟରେ ଥିବା ଜଙ୍ଗଲରୁ ରବିବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଯୁବକ ଜଣକ ବରଗଡ଼ ଜିଲ୍ଲା ପାଇକମାଲ ଅଞ୍ଚଳର ସବିଲିୟତ ହରପାଲ ବୋଲି ଜଣାପଡିଛି। ସେ କଣ୍ଟାବାଞ୍ଜିର ସୃତି ସ୍ପନ୍ଦନ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ। ମୃତ ଯୁବକଙ୍କ ପାଖରେ ଗୋଟିଏ ବାଇକ ଓ ଏଆର ବ୍ୟାଗ ରଖା ହୋଇଥିବା ବେଳେ ପ୍ୟାଣ୍ଟ ପକେଟରେ ମୋବାଇଲ ଫୋନ ସହ କାନରେ ଇୟର ଫୋନ ଲାଗିଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ, ଯୁବକ ଜଣକ ତିନି ଦିନ ହେଲା ନିଖୋଜ ହୋଇଥିବା କଣ୍ଟାବାଞ୍ଜି ଥାନରେ ଲିଖତ ଅଭିଯୋଗ ହେଇଥିଲା। ମୃତ ଯୁବକ ମରିଥିବା ସ୍ଥାନର ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଏହା ଆତ୍ମହତ୍ୟା କି ହତ୍ୟା ତାହା ସନ୍ଦେହ ଘେରରେ ରହିଛି। କଣ୍ଟାବାଞ୍ଜି ପୁଲିସ ଏକ ଅପ ମୃତ୍ୟୁ ମାମଲା ୫/୨୦୨୩ ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଥିବା ତଦନ୍ତ ଅଧିକାରୀ ଏସଆଇ ନବୀନ କିଶୋର ପରବା ସୂଚନା ଦେଇଛନ୍ତି।

- Advertisement -

ଅନ୍ୟ ପକ୍ଷରେ ଘଟଣା ସ୍ଥଳରେ ପୁଲିସ ଏସଡିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡି, ଥାନା ଅଧିକାରୀ ରଶ୍ମିତା ବେହେରାଙ୍କ ସହ ସାଇଣ୍ଟିଫିକ୍‌ ଟିମ୍ ମଧ୍ୟ ଉପସ୍ଥିତ ରହି ତଦନ୍ତ କରୁଛନ୍ତି।

 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories