www.samajalive.in
Sunday, December 14, 2025
26.1 C
Bhubaneswar

ରାମଚନ୍ଦ୍ର ଖୁଣ୍ଟିଆଙ୍କୁ ‘ଭାରତ ଜ୍ୟୋତି’ ସମ୍ମାନ

ନୂଆଦିଲ୍ଲୀ: ଶ୍ରମିକ ନେତା ତଥା ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆଙ୍କୁ ଭାରତ ଆନ୍ତର୍ଜାତିକ ବନ୍ଧୁତ୍ୱ ସମାଜ ପକ୍ଷରୁ ସମ୍ମାନଜନକ ‘ଭାରତ ଜ୍ୟୋତି’ ସମ୍ମାନରେ ସମ୍ମାନିତ କରାଯାଇଛି। ଶ୍ରମିକ ଏବଂ ଦଳିତଙ୍କ ଉତ୍‌ଥାନରେ ତାଙ୍କ ଅବଦାନ ପାଇଁ ଶ୍ରୀ ଖୁଣ୍ଟିଆଙ୍କୁ ସ୍ଥାନୀୟ ଇଣ୍ଡିଆ ଇଣ୍ଟର ନ୍ୟାସନାଲ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ଛତିଶଗଡ଼ ଏବଂ ଅରୁଣାଚଳପ୍ରଦେଶର ପୂର୍ବତନ ରାଜ୍ୟପାଳ କେ ଏମ ସେଠ୍‌ ମୁଖ୍ୟ ଅତିଥି ଭାବେ, ଉତ୍ତରାଖଣ୍ଡ ଲ କମିସନର ଜଷ୍ଟିସ ରାଜେଶ ଟଣ୍ଡନ ଓ ମେଜର ବେଦପ୍ରକାଶ ଅତିଥି ଭାବେ ଯୋଗଦେଇଥିଲେ। ସଂଗଠନର ମୁଖ୍ୟ ପୃଷ୍ଠପୋଷକ ତାମିଲନାଡ଼ୁର ପୂର୍ବତନ ରାଜ୍ୟପାଳ ଭୀଷ୍ମନାରାୟଣ ସିଂ ଏବଂ ସାଧାରଣ ସଂପାଦକ ହରବିନ୍ଦର ସିଂ ଉପସ୍ଥିତ ଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories