www.samajalive.in
Wednesday, December 10, 2025
26.1 C
Bhubaneswar

ସାମର୍ଥ୍ୟ ମଡ୍ୟୁଲ ପ୍ରଶିକ୍ଷଣ ଶିବିର ଉଦଯାପିତ

କଲମପୁର: କଲମପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଷ୍ଟାର୍ ପ୍ରୋଜେକ୍ଟ ଅନ୍ତର୍ଗତ ସାମର୍ଥ୍ୟ ମଡ୍ୟୁଲ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। କଲମପୁର ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଗୌରାଙ୍ଗ ଚରଣ ବିଶ୍ବାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ବ୍ଲକ ର ୪୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି।

ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଦିବ୍ୟାଙ୍ଗ ଶିକ୍ଷାର୍ଥୀ ମାନଙ୍କୁ କିଭଳି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇ ପାରିବ ତାହା ହିଁ ଥିଲା ଏହି ପ୍ରଶିକ୍ଷଣ ଶିବିର ର ମୁଖ୍ୟ ଉଦ୍ଦେଶ୍ୟ। ଏହି ପ୍ରଶିକ୍ଷଣ ଶିବିରର ବିଭିନ୍ନ କାଳାଂଶରେ ଦିବ୍ୟାଙ୍ଗଙ୍କ ଚିହ୍ନଟ ପ୍ରକ୍ରିୟା, ସେମାନଙ୍କ ଅଧିକାର ଅଧିନିୟମ ୨୦୧୬ ଏବଂ ଦିବ୍ୟାଙ୍ଗଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ବିଭିନ୍ନ ସୁବିଧା ଓ ସୁଯୋଗ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏହି ପ୍ରଶିକ୍ଷଣ ଶିବିରର ସାଧନ କର୍ମୀ ଭାବରେ ପାତ୍ରବସା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନ୍ମଥ କୁମାର ମିଶ୍ର ଏବଂ ପଣ୍ଡିଗାଁ ଉନ୍ନିତ ବିଦ୍ୟାଳୟ ର ଶିକ୍ଷକ ହୃଷିକେଶ ମିଶ୍ର ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବିଆରଟି ଶଙ୍କର୍ଷଣ ସାମଲ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

- Advertisement -

ସେ ଭିନ୍ନକ୍ଷମ ଅଥବା ଅକ୍ଷମ ନୁହେଁ, ସେ ଦିବ୍ୟାଙ୍ଗ। କୌଣସି ନା କୌଣସି କ୍ଷେତ୍ରରେ ତା’ର ଆଗ୍ରହ ରହିଛି। ପାରିଦର୍ଶିତା ରହିଛି। ତାର ଚିହ୍ନଟ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କଲେ ଆମ ମାନଙ୍କ ଶ୍ରମ ସାର୍ଥକ ହେବା ସହ ପ୍ରଶିକ୍ଷଣ ଗ୍ରହଣ ଓ ପ୍ରଦାନ ସଫଳ ହେବ ବୋଲି ପାତ୍ରବସା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତଥା ପ୍ରଶିକ୍ଷକ ମନ୍ମଥ କୁମାର ମିଶ୍ର ମତବ୍ୟକ୍ତ କରିଛନ୍ତି।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories