www.samajalive.in
Saturday, December 13, 2025
26.1 C
Bhubaneswar

ଜଙ୍ଗଲରୁ ୨ ଗଳିତ ମୃତଦେହ ଜବତ

ଗୁରୁଡିଝାଟିଆ : ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଭଗୁଆ ନିକଟସ୍ଥ ଜଙ୍ଗଲ ଭିତରୁ ପୁଲିସ ୨ ଜଣଙ୍କ ଗଳିତ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଆଠଗଡ ଉପଖଣ୍ଡ ଚିକିିିତ୍ସାଳୟକୁ ପଠାଇଛି। ମୃତକ ଜଣେ ଯୁବକ ଓ ଜଣେ ଯୁବତୀ ଅଟନ୍ତି। ସେମାନଙ୍କ ବୟସ ପ୍ରାୟ ୩୦ ରୁ ୩୫ବର୍ଷ ହେବ ବୋଲି ପୁଲିସ  ଅନୁମାନ କରୁଛି। ଶବ ନିକଟରୁ ମଦ ବୋତଲ ଜବତ କରିଛି ପୁଲିସ । ତତ୍ ସହିତ ସେମାନଙ୍କ ଦୁଇଟି ଛୋଟ ଫୋନ୍ ଜବତ କରିଛି। ସେମାନଙ୍କ ପ୍ରକୃତ ପରିଚୟ ମିଳିନାହିଁ। ଏ ନେଇ ପୁଲିସ  ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ। ଶବଟି ଗଳିତ ହୋଇଥିବାରୁ ପ୍ରାୟ ୪ଦିନ ପୂର୍ବରୁ ମୃତ୍ୟୁବରଣ କରିଥିବା ପୁଲିସ ଅନୁମାନ କରୁଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories