ସାକ୍ଷୀଗୋପାଳ: ରାଜ୍ୟ ସରକାରଙ୍କ ୨୫.୮ କୋଟି ଟଙ୍କା ଅନୁଦାନରେ ଉତ୍କଳମଣିଙ୍କ ଜନ୍ମପୀଠ ଐତିହ୍ୟ ଗ୍ରାମ ସୁଆଣ୍ଡୋର ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିବେ। ଏହି ଉଦଘାଟନ ନିମନ୍ତେ ପ୍ରଶାସନ ତରଫରୁ ପ୍ରସ୍ତୁତି ଶେଷ ହୋଇଛି। ୭ ଏକର ପରିମିତ ଜାଗାରେ ପ୍ରମୋଦ ଉଦ୍ୟାନ ହୋଇଛି। ଏହି ପ୍ରମୋଦ ଉଦ୍ୟାନ ମଧ୍ୟରେ ସଂଗ୍ରହାଳୟ, ପୁଷ୍କରିଣୀ ଓ ଶିଶୁ ଉଦ୍ୟାନ ରହିଛି। ରାଜ୍ୟର ସର୍ବୋଚ୍ଚ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ଉତ୍କଳମଣିଙ୍କ ପୂର୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ସଂଗ୍ରହାଳୟ ଓ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ରିବେ।
ତେବେ ଉତ୍କଳମଣିଙ୍କ ପୈତୃକ ବାସଗୃହ ସେହିପରି ରହିଛି। ମାଟି ଗୋବର ଲିପା କାନ୍ଥ, ଢ଼ିଙ୍କିଶାଳ, ରୋଷ ଘର, ଧାନ କୋଠି, ବିଦ୍ୟୁତ ଲଣ୍ଠନ ଓ ସିସି କ୍ୟାମେରା ଲାଗିଛି। ବାଇଶନ ବୋର୍ଡ ଓ ସିଙ୍ଗିଲସ ଦ୍ୱାରା ଅଗ୍ନି ନିରୋଧକ ଚାଳ ନିର୍ମାଣ ହୋଇଛି। ସେହିପରି ଗ୍ରାମର ଶୈବପୀଠ ଶ୍ରୀ ଶ୍ରୀ ଲୋକେଶ୍ୱର ଦେବଙ୍କ ମନ୍ଦିର ଖଣ୍ଡେଲାଇଟ ପଥରରେ ସମ୍ପୂର୍ଣ୍ଣ ଭାବରେ ନିର୍ମାଣ ହୋଇଛି। ମୁଖ୍ୟମନ୍ତ୍ରୀ ପୁନଃରୁଦ୍ଧାର ହୋଇଥିବା ଉତ୍କଳମଣିଙ୍କ ଷଠୀଘର ଓ ଶ୍ରୀ ଶ୍ରୀ ଲୋକେଶ୍ୱର ଦେବଙ୍କ ମନ୍ଦିର ପରିଦର୍ଶନ କରିବେ।



