ମାଲକାନଗିରି: ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ ଧାକଡ଼ରାଶି ନିକଟରେ ଜଣଙ୍କୁ ପୁଲିସ ସୂଚନାକାରୀ ସନ୍ଦେହରେ ହତ୍ୟା କରିଥିବା ୫ଜଣ ମାଓବାଦୀଙ୍କୁ ଆଜି ମାଲକାନଗିରି ପୁଲିସ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ୨ଟି ଟାଙ୍ଗିଆ ଜବତ କରିଛି। ଗତ ୨୩ ତାରିଖ ରାତ୍ରିରେ ବରଗୁଡ଼ା ଗ୍ରାମର ଅନନ୍ତରାମ ଭୂମିଆଙ୍କ ଘରକୁ କିଛି ବ୍ୟକ୍ତି ଦେଶିଆ ନାଟକ ଦେଖିବାକୁ ନିକଟସ୍ଥ ଧାକଡ଼ରାଶି ଗ୍ରାମକୁ ଯିବାକୁ ପ୍ରବର୍ତ୍ତାଇଥିଲେ। ପରେ ସେମାନଙ୍କ ସହ ଅନନ୍ତ ଦେଶିଆ ନାଟକ ଦେଖିବାକୁ ଯାଇ ନାଟକ ଦେଖୁଥିବା ବେଳେ କିଛି ମାଓବାଦୀ ତାଙ୍କୁ ସେଠାରୁ କିଛି ବାଟ ଡାକିନେଇ ଟାଙ୍ଗିଆରେ ହତ୍ୟା କରି ଚାଲିଯାଇଥିଲେ। ଏହାପରେ ମାଥିଲି ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର
ଅପରେସନ କରାଯାଇ ତୁଳସୀ ପାହାଡ଼ ନିକଟରୁ ୫ଜଣଙ୍କୁ ଧରିବାରେ ସ୍ୱତନ୍ତ୍ର ଅପରେସନ ଦଳ ସକ୍ଷମ ହୋଇଛି। ତଦନ୍ତ ପ୍ରକ୍ରିୟା ଜାରୀ ରହିଥିବା ବେଳେ ପୁଲିସ ସେମାନଙ୍କ ପରିଚୟ ଦେଇନାହିଁ। ତାଙ୍କ ନାମରେ ମାଥିଲି ଥାନାରେ ମାମଲା ରୁଜୁ କରାଯିବା ସହ ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ମାଲକାନଗିରି ଏସ.ପି ଜଗମୋହନ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏସ.ପି.ପି.ଓ ବିବେକ ସାରବଣ ଏମ ଯୋଗ ଦେଇଥିଲେ।
୫ମାଓବାଦୀ ଗିରଫ: ହତ୍ୟାରେ ବ୍ୟବହୃତ ୨ ଟାଙ୍ଗିଆ ଜବତ
Popular Categories



