www.samajalive.in
Saturday, December 13, 2025
14.1 C
Bhubaneswar

ହିଂସା ରୂପ ନେଲା ଶ୍ରୀଲଙ୍କା ରାଜନୈତିକ ସଂକଟ: ଜଣେ ମୃତ, ୨ ଆହତ

କଲମ୍ବୋ : ଶ୍ରୀଲଙ୍କାର ରାଜନୈତିକ ସଙ୍କଟ ରବିବାର ହିଂସାକାଣ୍ଡର ରୂପ ନେଇଛି। ପ୍ରଧାନମନ୍ତ୍ରୀ ପଦରୁ ରାନିଲ ବିକ୍ରମସିଙ୍ଘେଙ୍କୁ ବରଖାସ୍ତ କରିବା ପାଇଁ ରାଷ୍ଟ୍ରପତି ମୈତ୍ରୀପାଲ ଶିରିସେନାଙ୍କ ନିଷ୍ପତ୍ତି ପରେ ଏହି ବଡ଼ ହିଂସାକାଣ୍ଡ ଘଟିଛି। ଶ୍ରୀଲଙ୍କାର ପୂର୍ବତନ ପେଟ୍ରୋଲିୟମ ମନ୍ତ୍ରୀ ଅର୍ଜୁନ ରଣତୁଙ୍ଗାଙ୍କ ସୁରକ୍ଷା କର୍ମୀ (ସିକ୍ୟୁରିଟି ଗାର୍ଡ଼) ରବିବାର ଏକ ଭିଡ଼ ଉପରେ ଗୁଳି ମାଡ଼ କରିବାରୁ ଜଣଙ୍କ ମୃତ୍ୟୁ ଘଟିଛି ଓ ଦୁଇ ଜଣ ଆହତ ହୋଇଛନ୍ତି।
ରଣତୁଙ୍ଗା ନିଜ କାର୍ଯ୍ୟାଳୟକୁ ଯାଉଥିବାବେଳେ ସୁରକ୍ଷା କର୍ମୀ ଜଣକ ଭିଡ଼ ଉପରକୁ ଗୁଳି ମାଡ଼ କରିଥିଲା। ଗୁଳି ମାଡ଼ କରିଥିବା ସୁରକ୍ଷା କର୍ମୀଙ୍କୁ ଗିରଫ କରାଯାଇଛି। ତେବେ ଗୁଳି ମାଡ଼ର କାରଣ ଓ ଉଦ୍ଦେଶ୍ୟ ଜଣାପଡ଼ି ନାହିଁ।
ଉଲ୍ଲେଖଯୋଗ୍ୟ ଯେ ଦୁଇ ଦିନ ତଳେ ଶିରିସେନାଙ୍କ ନେତୃତ୍ୱାଧୀନ ଦଳ ୟୁନାଇଟେଡ୍‍ ପିପୁଲ୍ସ ଫ୍ରିଡମ ଆଲାଏନ୍ସ (ୟୁପିଏଫ୍‍ଏ) ୟୁନାଇଟେଡ୍‍ ନ୍ୟାସନାଲ ପାର୍ଟି (ୟୁଏନ୍‍ପି)ଠାରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ବିକ୍ରମସିଙ୍ଘେଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବରଖାସ୍ତ କରାଯାଇଥିଲା। ସେହିଦିନ ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜପକ୍ଷେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। କିନ୍ତୁ ସଂସଦ ବାଚସ୍ପତି ରବିବାର ବିକ୍ରମସିଙ୍ଘେଙ୍କୁ ପୁନଃ ପ୍ରଧାନମନ୍ତ୍ରୀ ମାନ୍ୟତା ଦେଇଛନ୍ତି। ଫଳରେ ବିକ୍ରମସିଙ୍ଘେ ପ୍ରଧାନମନ୍ତ୍ରୀ ଆବାସ ଛାଡ଼ିବାକୁ ମନା କରିଦେଇଛନ୍ତି। ତାଙ୍କୁ ବେଆଇନ ଭାବେ ପ୍ରଧାନମନ୍ତ୍ରୀ ପଦରୁ ହଟାଯାଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କର ପାଖାପାଖି ୧୦୦୦ରୁ ଊର୍ଦ୍ଧ୍ବ ସମର୍ଥକ ପ୍ରଧାନମନ୍ତ୍ରୀଙ୍କ ଆବାସ ଆଗରେ ରୁଣ୍ଡ ହୋଇଛନ୍ତି। ତାଙ୍କ ସମର୍ଥକ ସୁରକ୍ଷା କାର୍ଯ୍ୟ ତୁଲାଉଥିବା କହିଛନ୍ତି। ଆବାସ ମଧ୍ୟରେ ସେ ଅନ୍ୟ ସହଯୋଗୀ ଦଳଙ୍କ ସହ ବୈଠକ କରିଥିବା ସୂଚନା ମିଳିଛି। ରାଷ୍ଟ୍ରପତିଙ୍କ ନିର୍ଦେଶ ଅନୁସାରେ ବିକ୍ରମସିଙ୍ଘେଙ୍କ ସୁରକ୍ଷାରେ ମୁତୟନ କର୍ମୀଙ୍କୁ ପ୍ରତ୍ୟାହାର କରିନିଆଯାଇଛି। ସେପଟେ ରାଜପକ୍ଷେ ନିଜର ନୂଆ କ୍ୟାବିନେଟ ଗଠନ କରିବା ପୂର୍ବରୁ ମନ୍ଦିର ଯାଇ ପୂଜା କରିଛନ୍ତି। ବିକ୍ରମସିଙ୍ଘେଙ୍କୁ ପ୍ରଧାନମନ୍ତ୍ରୀ ଆବାସରୁ ହଟାଇବା ପାଇଁ ପୁଲିସ୍‍ କୋର୍ଟକୁ ଯିବ ବୋଲି ସୂଚନା ମିଳିଛି। ତେଣୁ ଆଗାମୀ ଦିନରେ ଶ୍ରୀଲଙ୍କା ରାଜନୈତିକ ସଂକଟ ପରିସ୍ଥିତି ଅଧିକ ଜଟିଳ ହେବାର ଆଶଙ୍କା ପ୍ରକାଶ ପାଇଛି।
ରାଷ୍ଟ୍ରପତି ମୈତ୍ରୀପାଲ ଶିରିସେନା ଶନିବାର ସଂସଦକୁ ଭଙ୍ଗ କରିବା ପୂର୍ବକ ନଭେମ୍ବର ୧୬ ପର୍ଯ୍ୟନ୍ତ ସମସ୍ତ ବୈଠକକ ବାତିଲ କରିଦେଇଛନ୍ତି।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories