www.samajalive.in
Saturday, December 13, 2025
26.1 C
Bhubaneswar

ସାହିତ୍ୟିକଙ୍କ ଅମଳିନ ଭାବନାର ମୁକ ସାକ୍ଷୀ ପୁସ୍ତକ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲାଦରପାଲି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ମାତ୍ରୁପୁରୀ ଠାରେ ଜଗତ ଜନନୀ ଶ୍ରୀମାଙ୍କ ୧୪୫ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇ ଅଛି। ଏହି ଅବସରରେ ଅନୁଷ୍ଠାନର ଶିକ୍ଷକ ତଥା ବିଶିଷ୍ଟ ଲେଖକ, କବି ତଥା ନାଟ୍ୟକାର ସରୋଜ କୁମାର ରଥଙ୍କ ରଚିତ ‘ମାଟିର ମହକ’ ପୁସ୍ତକର ସମୀକ୍ଷା ହୋଇଥିଲା। ଗରିମା ସମ୍ପନ୍ନ ଓଡ଼ିଆ ଭାଷା ଆମ ସାହିତ୍ୟ, ସଂସ୍କୃତି ଏବଂ ଜାତୀୟତାର ଅନନ୍ୟ ପରିଚୟ। ଆମ ଓଡ଼ିଆ ଭାଷାର ସୁରକ୍ଷା ସହ ଏହାର ଗରିମା ଅକ୍ଷୁର୍ଣ୍ଣ ରଖିବା ଦିଗରେ ତଥା ସମାଜର ସଂସ୍କାର ପାଇଁ ଅନେକ ସାରସ୍ଵତ ସ୍ରଷ୍ଟା ତାଙ୍କର ଲେଖନୀ ସାହାଯ୍ୟରେ ସୃଷ୍ଟି କରନ୍ତି ବିଦ୍ରୋହର ବହ୍ନି, ଜନ ମାନସରେ ଭରିଦେଇ ପାରନ୍ତି ମାଟି ମାଁ ପାଇଁ ଉତ୍ସର୍ଗୀକୃତ ମନୋଭାବ, ଶୁଷ୍କ ମରୁଭୂମିରେ ବି ଝରାଇ ପାରନ୍ତି ନିର୍ଝରଣୀ। ସାହିତ୍ୟକୁ ପାଥେୟ କରି ଅନେକ କବି ଓ ଲେଖକ ଜୀବନକୁ ସମର୍ପି ଦିଅନ୍ତି ସମାଜର ମଙ୍ଗଳ ପାଇଁ। ସେମାନଙ୍କ ବହୁମୂଲ୍ୟ ଅବଦାନ ବ୍ୟାପକ କରିବା ଦିଗରେ ସେହି ସୃଷ୍ଟି ସମୂହର ସମୀକ୍ଷା କରି ତାକୁ ଆହୁରି ବିକଶିତ କରିବା ଆମମାନଙ୍କର ଦାୟିତ୍ଵ। ଏହି ମହାନ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଅଧ୍ୟକ୍ଷ ଶ୍ରୀ ଟିକେଲାଲ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ତଥା ବବୃବାହାନ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ପୁସ୍ତକ ସମୀକ୍ଷାରେ ସମୀକ୍ଷକ ଭାବରେ ବିଶିଷ୍ଟ ସମ୍ବଲପୁରୀ ଗବେଷକ, ନାଟ୍ୟକାର ଦ୍ବାରିକା ନାଥ ନାୟକ ଓ ଲରମ୍ଭା ମହାବିଦ୍ୟାଳୟର ଅଧ୍ୟାପକ ଅଜିତ କୁମାର ନାଥ ଯୋଗ ଦେଇଥିଲେ। ସଭାପତି ଶେଷଦେବ ନାଏକ, ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ସରୋଜ କୁମାର ରଥ ପ୍ରମୁଖ ମଂଚାସୀନ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories