www.samajalive.in
Wednesday, December 10, 2025
23.1 C
Bhubaneswar

ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ

ପିପିଲି:ପିପିଲି ଟୋଲ୍‍ଗେଟ୍‍ ଛକ ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଭାରତ ରକ୍ଷା ମଞ୍ଚ, ପିପିଲି ପ୍ରଖଣ୍ଡ ପକ୍ଷରୁ ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଅନୁଷ୍ଠାନର ରାଜ୍ୟ ସଂଗଠନ ସଂପାଦକ ସଚ୍ଚିଦାନନ୍ଦ ଦାଶ ଯୋଗଦେଇ ସଂଗଠନର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ।

ଡ.ଭିକାରୀ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟବକ୍ତା ଭାବେ କୃଷି ଉଦ୍ୟୋଗୀ ସନ୍ତୋଷ କୁମାର ମିଶ୍ର ଯୋଗଦେଇ ଛତ୍ରପତି ଶିବାଜୀ ମହାରାଜଙ୍କ ଜୀବନୀ ଉପରେ ସାରଗର୍ଭକ ଭାଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଜିଲା ମହିଳା ମଞ୍ଚର ଅଧ୍ୟକ୍ଷା ପ୍ରଭାତ ନଳିନୀ ସାହୁ, ଜିଲା ସଂପାଦିକା ସବିତା ବିଶୋଇ, ଜିଲା କୋଷାଧ୍ୟକ୍ଷ ବିଚିତ୍ରାନନ୍ଦ ସାହୁ, ଜିଲା ସଂଗଠନ ମନ୍ତ୍ରୀ ପ୍ରଦୀପ ଦାସ, ସଂଗଠନର କର୍ମକର୍ତ୍ତା ସରୋଜ ପ୍ରଧାନ, ତପନ ନାୟକ, ପ୍ରଶାନ୍ତ ପ୍ରଧାନ, ମମତା ନାୟକ, ରମାକାନ୍ତ ଜେନା, ସୋମନାଥ ଦାସ, ପ୍ରଦୀପ୍ତ ଘଡେଇ, ସଞ୍ଜୟ ମିଶ୍ର, ସଞ୍ଜୟ ଶତପଥୀ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ପିପିଲି ପ୍ରଖଣ୍ଡ ଅଧ୍ୟକ୍ଷ ଦୁର୍ଯ୍ୟଧନ ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଅଞ୍ଚଳର ବହୁ ବୁଦ୍ଧିଜିବୀ ଯୋଗ ଦେଇଥିଲେ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories