www.samajalive.in
Wednesday, December 10, 2025
23.1 C
Bhubaneswar

ନୂଆଡିହି ଜାଗର ମେଳା ଉଦ୍‌‌ଯାପିତ; ବାଦିପାଲା ଓ ପଣ୍ଡିତ ଜିତୁ ଦାଶଙ୍କ ପ୍ରବଚନରେ ଶ୍ରଦ୍ଧାଳୁ ବିଭୋର

କେନ୍ଦୁଝରଗଡ଼: ସଦର ବ୍ଲକ ପର୍ଜନପୁର ପଞ୍ଚାୟତ ନୁଆଡିହିସ୍ଥିତ ବାବା ସ୍ୱପ୍ନେଶ୍ୱର ମନ୍ଦିର ପରିଚାଳନା କମିତି ପକ୍ଷରୁ ୩ଦିନ ବ୍ୟାପୀ ଚାଲିଥିବା ଜାଗରମେଳା ସୋମବାର ଉଦ୍‌‌ଯାପିତ ହୋଇଯାଇଛି। ବହୁ ପୁରାତନ ଏହି ଶିବ ମନ୍ଦିରରେ ପ୍ରତିବର୍ଷ ଜାଗର ଯାତ୍ରା ଉପଲକ୍ଷେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ବେଳେ ଜାଗର ମେଳାକୁ କିଭଳି ଶୃଙ୍ଖଳିତ ଓ ଆକର୍ଷଣୀୟ କରାଯିବ ସେ ନେଇ ମନ୍ଦିର ପରିଚାଳନା ସମିତି ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ମନ୍ଦିର ପରିଚାଳନା ସମିତି ଉପଦେଷ୍ଟା ଜୀବନ କୁମାର ଗିରି, ସଭାପତି କ୍ଷେତ୍ରମୋହନ ମହାନ୍ତ, ଉପସଭାପତି ବାସୁଦେବ ମହାନ୍ତ, ସମ୍ପାଦକ ପ୍ରଦୀପ କୁମାର ସାହୁ, କାର୍ଯ୍ୟକାରୀ ସଦସ୍ୟ ନବୀନ କୁମାର ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଚଳିତବର୍ଷର ଜାଗର ମେଳାର ପ୍ରଥମ ଦିନରେ ଶନିବାର ୧୦ହଜାରରୁ ଊର୍ଦ୍ଧ୍ବ ଭକ୍ତଙ୍କୁ ମାଗଣାରେ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା। ମେଳା ପ୍ରଥମ ସନ୍ଧ୍ୟା ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ୩ ରାତି ବିଶିଷ୍ଟ ପାଲାଗାୟକ ଯୁଗଳ କିଶୋର ବେହେରା ଓ ରାଜଶେଖର ବେହେରାଙ୍କ ମଧ୍ୟରେ ବାଦିପାଲା ପରିବେଷଣ ଦର୍ଶକଙ୍କୁ ବେଶ୍‌‌ ମନ୍ତ୍ରମୁଗ୍ଧ କରିଥିଲା। ମେଳା ଅନ୍ତିମ ଦିବସ ସୋମବାର ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଦୀର୍ଘ ୩ଘଣ୍ଟା ଧରି ପଣ୍ଡିତ ଜିତୁ ଦାଶଙ୍କ ପ୍ରବଚନ, ନୀତିବାଣୀ ଓ ଅନୁଚିନ୍ତା ଉପସ୍ଥିତ ଜନତାଙ୍କ ମନକୁ ବେଶ୍‌‌ ଛୁଇଁ ପାରିଥିଲା।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories