www.samajalive.in
Wednesday, December 10, 2025
23.1 C
Bhubaneswar

ଦେଖନ୍ତୁ ଭିଡିଓ – ମଗାଇଥିଲା ଆଇଫୋନ୍‌, ଟଙ୍କା ନଥିବାରୁ କଲା ଏମତି କୁକାର୍ଯ୍ୟ

ବେଙ୍ଗାଲୁର – କର୍ଣ୍ଣାଟକରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକ ହେମନ୍ତ ଦତ୍ତା ଅନ୍‌ଲାଇନ୍‌ ଆଇଫୋନ୍‌ ମଗାଇଥିଲା । ତାଙ୍କ ନିକଟରେ ଏହାକୁ କିଣିବା ପାଇଁ ଟଙ୍କା ନଥିଲା । ସେ ଅନ୍‌ଲାଇନ୍‌ ସାଇଟ୍‌ରୁ ଏକ ପୁରୁଣା ବା ରିଫବ୍ରିସ୍‌ଡ୍‌ ଆଇଫୋନ୍‌ କ୍ୟାଶ୍‌ ଅନ୍‌ ଡେଲିଭରୀରେ ଏ ମଗାଇଥିଲା । ଫୋନ୍‌କୁ ନେଇ ଯୁବକଙ୍କ ନିକଟକୁ ଡେଲିଭରୀ ବୟ ଆସଥିଲେ । ସେହି ୨୦ ବର୍ଷିୟ ଯୁବକଙ୍କ ମସ୍ତିଷ୍କରେ ଚାଲିଥିଲା ଭୟଙ୍କର ଚକ୍ରାନ୍ତ । ଆଇଫୋନ୍‌ ହାତେଇବା ପାଇଁ ରଚିଥିଲା ଭୟାନକ ଷଡଯନ୍ତ୍ର ।

ଡେଲିଭରୀ ବୟ ଫୋନ୍‌ କରିବାରୁ ତାଙ୍କୁ ଘରକୁ ଆସିବା ପାଇଁ କହିଥିଲା । ଡେଲିଭରୀ ବୟ ସେହି ସ୍ଥାନରେ ପହଞ୍ଚିବାରୁ ହେମନ୍ତ ଦତ୍ତା ଡେଲିଭରୀ ବୟକୁ ଘର ଭିତରକୁ ଡାକି ଛୁରୀ ଭୁଷି ହତ୍ୟା କରିଥିଲା ।

- Advertisement -

ହତ୍ୟା କରିବାର ତିନି ଦିନ ପର୍ଯ୍ୟନ୍ତ ଡେଲିଭରୀ ବୟଙ୍କ ଶବକୁ ନିଜ ଘରେ ରଖିଥିଲା । ତାଙ୍କର ଗାଡି ଏବଂ ବ୍ୟାଗ୍‌ ଅନ୍ୟ ସ୍ଥାନରେ ଲୁଚାଇ ରଖିଥିଲା । ପରେ ଡେଲିଭରୀ ବୟ ଶବକୁ ଏକ କଳା ଜରିରେ ବାନ୍ଧି ନିଜ ସ୍କୁଟିରେ ରାତିରେ ଅନ୍ୟ ସ୍ଥାନକୁ ପୋଡିବା ପାଇଁ ନେଇଥିଲା । ଏହାର ଭିଡିଓ ବିଭିନ୍ନ ସିସିଟିଭିରେ କଏଦ ହୋଇଛି ।

ପରେ ଏକ ରେଳଷ୍ଟେସନ୍‌ ନିକଟରେ ଡେଲିଭରୀ ବୟ ଶବକୁ ଜାଳି ଦେଇଥିଲା । ପୁଲିସ ଅଧାଜଳା ଶବ ବିଷୟରେ ସୂଚନା ପାଇବା ପରେ ବିଭିନ୍ନ ସିସିଟିଭି ଯାଞ୍ଚ କରିଥିଲା । ଏଥିରେ ହେମନ୍ତ ଶବକୁ ନେଇ ରାତି ୪ଟାରେ ସ୍କୁଟିରେ ଯାଉଥିବା ଦେଖିବା ପାଇଁ ପାଇଥିଲା । ପୁଲିସ ହେମନ୍ତକୁ ଧରି ପଚରା ଉଚରା କରିବାରୁ ସେ ହତ୍ୟା ଘଟଣା ବିଷୟରରେ ସ୍ୱୀକାର କରିଛି ।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories