www.samajalive.in
Wednesday, December 10, 2025
16.1 C
Bhubaneswar

ଚିକିତ୍ସାଧିନ ଅବସ୍ଥାରେ ଆହତଙ୍କ ମୃତ୍ୟୁ, ୮ଦିନ ପରେ ବି ପୁଲିସ ହାତ ଖାଲି

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ ଜେନାପଦା ଗ୍ରାମରେ ପରକୀୟା ପ୍ରୀତିକୁ ନେଇ ଗତ ୧୨ତାରିଖରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଗୁରୁତର ଆହତ ହୋଇ କଟକ ବଡଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୩ଜଣଙ୍କ ମଧ୍ୟରେ ଜଣଙ୍କର ରବିବାର ଅପରାହ୍ନରେ ପରଲୋକ ହୋଇଯାଇଥିବା ଜଣାପଡିଛି। ପରଲୋକ ଘଟଣା ପ୍ରଚାରିତ ହେବା ମାତ୍ରେ ଜେନାପଦା ଦେଶ ଗ୍ରାମରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ବିବରଣୀରୁ ପ୍ରକାଶ ତିଗିରିଆ ଥାନା ଅନ୍ତର୍ଗତ ହରିଡାପଶି ଗ୍ରାମର ଅବସରପ୍ରାପ୍ତ ସୈନିକ ସଦାନନ୍ଦ ଦାସ ଓରଫ ଲିଟୁନା(୪୦) ୬୫ନଂ ରାଜ୍ୟ ରାଜପଥର ମାରୁଗୋଠ ଛକଠାରେ ଘରକରି ରହୁଥିବାବେଳେ ସେଠାରେ ଏକ ସର୍ଭିସିଂ ସେଣ୍ଟର ଖୋଲିଛନ୍ତି। ସଦାନନ୍ଦ ଜେନାପଦା ଦେଶ ଗ୍ରାମର ସୈନ୍ୟବାହିନୀରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କ ସହ ଗୁପ୍ତ ପ୍ରଣୟରେ ଲିପ୍ତ ଥିଲେ। ଘଟଣା ଘଟିବାର ମାସକ ପୂର୍ବରୁ ସୋସିଆଲ ମିଡିଆରେ ସେ ଛାଡିଥିବା ଏକ ଫଟୋକୁ ନେଇ ଜେନାପଦାର ସଂପୃକ୍ତ ମହିଳାଙ୍କ ପରିବାରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗତ ୧୨ତାରିଖରେ ସଦାନନ୍ଦ ତାଙ୍କର ଅନ୍ୟ ୪ଜଣ ସହଯୋଗୀ ଦିପୁନା ରାଉତ, ପୀରୁ ପ୍ରସାଦ ମହାନ୍ତି, ବିଜୟ ସାହୁ ଓ ସଂଜୟ ସ୍ୱାଇଁଙ୍କ ସହିତ ଦୁଇଟି ବାଇକରେ ଜେନାପଦା ଦେଶ ଗ୍ରାମର ସଂପୃକ୍ତ ବିବାହିତା ମହିଳାଙ୍କ ଘର ନିକଟକୁ ଯାଇ ପାଟିତୁଣ୍ଡ କରିଥିଲେ । ଏହି ସମୟରେ ସଂପୃକ୍ତ ମହିଳାଙ୍କର ଶ୍ୱଶୁର ବଂଶୀଧର ନାୟକ(୬୦), ଦାଦା ଶ୍ୱଶୁର ଦିନବନ୍ଧୁ ନାୟକ ଓ ଦିଅର ଜିତୁନା ନାୟକ ପ୍ରତିବାଦ କରିବାରୁ ସଦାନନ୍ଦ ନିଜ ପାଖରେ ରଖିଥିବା ଏକ ବନ୍ଧୁକରୁ ୭ ରାଉଣ୍ଡ ଗୁଳି ଫୁଟାଇଥିଲେ।

- Advertisement -

୩ଟି ଗୁଳି ବଂଶୀଧରଙ୍କ ପେଟ, ଅଣ୍ଟାରେ ବାଜିଥିଲା। ଅନ୍ୟ ଦୁଇଜଙ୍କର ହାତ, ଜଙ୍ଘ ଓ ପିଚାରେ ଅନ୍ୟ ୪ଟି ଗୁଳି ବାଜିଥିଲା । ଗୁଳିକାଣ୍ଡ ଘଟାଇ ସଦାନନ୍ଦ ଓ ତାଙ୍କର ୪ ସହଯୋଗୀ ତତ୍‌କ୍ଷଣାତ୍‌ ସେଠାରୁ ଚମ୍ପଟ ମାରିଥିଲେ। ଗୁଳିମାଡରେ ଗୁରୁତର ଆହତ ୩ଜଣଙ୍କୁ ପରିବାର ଓ ସ୍ଥାନୀୟ ଲୋକ ତୁରନ୍ତ ଆଠଗଡ ଡାକ୍ତରଖାନା ନେବା ପରେ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା । ପେଟ ଓ ଅଣ୍ଟାରେ ଗୁଳିମାଡ ହୋଇ ଗୁରୁତର ଆହତ ହୋଇଥିବା ବଂଶୀଧରଙ୍କର ୮ଦିନ ଚିକିତ୍ସା ପରେ ଆଜି (ରବିବାର) ଅପରାହ୍ନ ୪ଟାରେ ପରଲୋକ ଘଟିଥିବା ଜଣାପଡିଛି। ଏହି ଘଟଣା ଘଟିବାର ୮ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟ ସହଯୋଗୀଙ୍କୁ ଧରିବାରେ ବିଫଳ ହୋଇଥିବାରୁ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ପୁଲିସ ଉପରୁ ସେମାନଙ୍କର ଆସ୍ଥା ତୁଟିଯାଉଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରୁଥିବା ଏବଂ ସେମାନଙ୍କୁ ଠାବ କରିବା ପାଇଁ ଜାଲ ବିଛାଇଥିବା ଆଇଆଇସି ବାମଦେବ ସ୍ୱାଇଁ ପ୍ରକାଶ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories