ଜି.ଉଦୟଗିରି : ସ୍ଥାନୀୟ ବ୍ୟବସାୟୀ ସଂଘ ସଭାଗୃହରେ ରବିବାର ଜି.ଉଦୟଗିରି ପ୍ରେସ କ୍ଳବ ସଭାପତି ସମୀର କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ପାଦକ ବଟକୃଷ୍ଣ ଦାସ ବିବରଣୀ ପାଠ କରିଥିଲେ। ପୂର୍ବ ନିଷ୍ପତ୍ତି ପ୍ରକାରେ ଉପସ୍ଥିତ ସଭ୍ୟମାନଙ୍କ ସମର୍ଥନରେ ଆଜି ପୂରାତନ କମିଟି ଭଙ୍ଗ କରାଯାଇ ନୂତନ କମିଟି ଗଠନ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ସଭାପତି ଭାବେ ଅରୁଣ କୁମାର ଷଡଙ୍ଗୀ, ଉପ ସଭାପତି ଭାବେ ରାମକୃଷ୍ଣ ଚୌଧୁରୀ, ସମ୍ପାଦକ ଭାବେ ଅନିଲ କୁମାର ଦଳବେହେରା, ସହ ସମ୍ପାଦକ ଭାବେ ସୁଜିତ କୁମାର ସାହୁଙ୍କୁ ଚୟନ କରାଯାଇଥିବା ବେଳ କୋଷାଧ୍ୟକ୍ଷ ଭାବେ ପ୍ରତାପ ଚନ୍ଦ୍ର ପାଢୀଙ୍କୁ ଚୟନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ, ଦେବନାଥ ଦଳବେହେରା ପତିତପାବନ ସାହୁ, ପ୍ରଶନ୍ନ କୁମାର ମିଶ୍ର,ଗ ଗନ ପ୍ରଧାନ, ଚିନ୍ମୟ ସେଠୀ, ଚନ୍ଦ୍ରଶେଖର ପାଢି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।
Popular Categories



