www.samajalive.in
Tuesday, December 9, 2025
15.1 C
Bhubaneswar

ପ୍ରେସ କ୍ଳବର ନୂତନ କର୍ମକର୍ତ୍ତା ଚୟନ

 ଜି.ଉଦୟଗିରି : ସ୍ଥାନୀୟ ବ୍ୟବସାୟୀ ସଂଘ ସଭାଗୃହରେ ରବିବାର ଜି.ଉଦୟଗିରି ପ୍ରେସ କ୍ଳବ ସଭାପତି ସମୀର କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ପାଦକ ବଟକୃଷ୍ଣ ଦାସ ବିବରଣୀ ପାଠ କରିଥିଲେ। ପୂର୍ବ ନିଷ୍ପତ୍ତି ପ୍ରକାରେ ଉପସ୍ଥିତ ସଭ୍ୟମାନଙ୍କ ସମର୍ଥନରେ ଆଜି ପୂରାତନ କମିଟି ଭଙ୍ଗ କରାଯାଇ ନୂତନ କମିଟି ଗଠନ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ସଭାପତି ଭାବେ ଅରୁଣ କୁମାର ଷଡଙ୍ଗୀ, ଉପ ସଭାପତି ଭାବେ ରାମକୃଷ୍ଣ ଚୌଧୁରୀ, ସମ୍ପାଦକ ଭାବେ ଅନିଲ କୁମାର ଦଳବେହେରା, ସହ ସମ୍ପାଦକ ଭାବେ ସୁଜିତ କୁମାର ସାହୁଙ୍କୁ ଚୟନ କରାଯାଇଥିବା ବେଳ କୋଷାଧ୍ୟକ୍ଷ ଭାବେ ପ୍ରତାପ ଚନ୍ଦ୍ର ପାଢୀଙ୍କୁ ଚୟନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ, ଦେବନାଥ ଦଳବେହେରା ପତିତପାବନ ସାହୁ, ପ୍ରଶନ୍ନ କୁମାର ମିଶ୍ର,ଗ ଗନ ପ୍ରଧାନ, ଚିନ୍ମୟ ସେଠୀ, ଚନ୍ଦ୍ରଶେଖର ପାଢି ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories