www.samajalive.in
Wednesday, December 10, 2025
16.1 C
Bhubaneswar

ଏପଟେ ବିଦ୍ୟାଳୟ ରୂପାନ୍ତର, ସେପଟେ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର

ଆଠଗଡ : ଆଠଗଡ ସହରଠାରୁ ମାତ୍ର ୩କିମି ଦୂରରେ ଅବସ୍ଥିତ ଧାଇପୁର ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଟି ୫-ଟି ବିଭାଗ ଦ୍ୱାରା ରୂପାନ୍ତରିକରଣ ହେଉଥିବାବେଳେ ବିଦ୍ୟାଳୟ ପରିସରରେ ଖୋଲାମେଲା ଅବସ୍ଥାରେ ଥିବା ଉଚ୍ଚଶକ୍ତି ସଂପନ୍ନ ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଟି କୋମଳମତି ଛାତ୍ରଛାତ୍ରୀଙ୍କ ପାଇଁ ବିପଦଜ୍ଜନକ ଅବସ୍ଥା ସୃଷ୍ଟି କରିଛି । ଏହି ବିଦ୍ୟାଳୟରେ ୧ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୨୫୯ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ବିଦ୍ୟାଳୟ ପରିସରରେ ଶ୍ରେଣୀ କକ୍ଷର ଅତି ନିକଟରେ ୧୦୦କେଭି  ବିଶିଷ୍ଟ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଦୀର୍ଘଦିନ ହେଲା ମୁକୁଳା ପଡିଛି । ଫଳରେ ବିଦ୍ୟାଳୟରେ ଯେ କୌଣସି ସମୟରେ ବଡ ଧରଣର ଅଘଟଣକୁ ଏଡାଇ ଦେଇ ହେବନାହିଁ । ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟ ଜୋରସୋରରେ ଚାଲିଥିବାବେଳେ ପିଲାମାନେ ଖେଳିବା ପାଇଁ ଖେଳପଡିଆର ଅଭାବ ରହିଛି । ବିଦ୍ୟାଳୟ ପରିସରରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମରଟି ସ୍ଥାନାନ୍ତରିତ ହୋଇପାରିଲେ ଏକ ଛୋଟ ଖେଳପଡିଆ ପିଲାଙ୍କ ଖେଳିବା ପାଇଁ ଉପଲବ୍ଧ ହୋଇପାରିବ । କିନ୍ତୁ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ବାରମ୍ବାର ଅଭିଯୋଗ ଓ ଅନୁରୋଧ ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷ ସେଠାରୁ ବିଦ୍ୟୁତ୍‌ ଟ୍ରାନ୍ସଫର୍ମଟିକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ କୌଣସି ପଦକ୍ଷେପ ନେଇନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଟ୍ରାନ୍ସଫର୍ମର ଯୋଗୁଁ ଯଦି କୌଣସି ଅଘଟଣ ଘଟେ ସେଥିପାଇଁ ବିଦ୍ୟୁତ୍‌ ବିଭାଗ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଗ୍ରାମବାସୀ ଚେତାଇ ଦେଇଛନ୍ତି ।
ବିଦ୍ୟାଳୟରେ ୧୦ଟି ଶ୍ରେଣୀରେ ପିଲା ପାଠ ପଢୁଥିବା ବେଳେ ରୂପାନ୍ତର କାର୍ଯ୍ୟ ସରିବା ପରେ ଉକ୍ତ ବିଦ୍ୟାଳୟରେ ମାତ୍ର ୮ଟି ଶ୍ରେଣୀକକ୍ଷ ଉପଲବ୍ଧ ହେଉଥିବାରୁ ପିଲାଙ୍କ ପାଠପଢାରେ ସମସ୍ୟା ସୃଷ୍ଟି ହେବ । ଏହାକୁ ଦୃଷ୍ଟିରେ ରଖି ଆଉ ଦୁଇଟି ନୂତନ ଶ୍ରେଣୀକକ୍ଷ ନିର୍ମାଣ ପାଇଁ ମଧ୍ୟ ଗ୍ରାମବାସୀ ଦାବି କରିଛନ୍ତି ।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories