www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରସିଦ୍ଧ ସିଂହନାଥ ପୀଠରେ ମହାଶିବରାତ୍ରୀ

ବଡ଼ମ୍ବା : ମହାଶିବରାତ୍ରୀ ଅବସରରେ କଟକ ଜିଲା ବଡ଼ମ୍ବାର ଆରାଧ୍ୟ ଦେବତା ତଥା ପ୍ରସିଦ୍ଧ ଶୈବପୀଠ ବାବା ସିଂହନାଥ ଦେବଙ୍କ ପୀଠ ଉତ୍ସବମୁଖର ହୋଇଉଠିଛି । ପୀଠ ପରିସର ସମେତ ମନ୍ଦିରକୁ ଗମନାଗମନର ସୁବିଧା ଲାଗି ନିକଟସ୍ଥ ଟି ସେତୁ ଏବଂ ମହାନଦୀର ବାଲୁକା ଶଯ୍ୟାରେ ଥିବା ସାମୟିକ ରାସ୍ତାରେ କଡ଼ା ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୁଲିସ ସୁରକ୍ଷା ବଳୟ ଏବଂ କଟକଣା ଭିତରେ ଶୃଖଂଳାର ସହିତ ସଂଧ୍ୟା ସୁଦ୍ଧା ପ୍ରାୟ ୨ହଜାରରୁ ଅଧିକ ଶ୍ରଦ୍ଧାଳୁ ଧାଡ଼ିରେ ଦିଅଁ ଦର୍ଶନ କରିଛନ୍ତି । ସେହିଭଳି ଶତାଧିକ ଶ୍ରଦ୍ଧାଳୁ ଭକ୍ତି ସହକାରେ ପୀଠରେ ଜାଗର ଦୀପ ଜାଳୁଥିବା ଜଣାଯାଇଛି।

ବାବା ସିଂହନାଥ ଦେବଙ୍କ ପୀଠର ସାନ୍ଧ୍ୟ ଦୃଶ୍ୟ

ଗତ ମକର ମେଳାରେ ଆବଶ୍ୟକ ପୁଲିସ ଫୋର୍ସ ଅଭାବ ଏବଂ ପରିଚାଳନା ଗତ ତ୍ରୁଟିରୁ ଯେଉଁ ଦଳାଚକଟା ଅଘଟଣ ଘଟିଲା ତାକୁ ଦୃଷ୍ଟିରେ ରଖି ମହାଶିବରାତ୍ରୀ ଲାଗି ପ୍ରଶାସନ ତରଫରୁ ଯଥେଷ୍ଟ ସତର୍କତା ଅବଲମ୍ବନ କରାଯାଇଛି । ୫ ପ୍ଲାଟୁନ ସଶସ୍ତ୍ର ପୁଲିସ ସହିତ ଆଇନଶୃଖଂଳା ଲାଗି ୪ଜଣ ଏସଡିପିଓ, ୫ଜଣ ଇନସପେକ୍ଟର, ୧୪ଜଣ ଏସଆଇ, ୨୦ଜଣ ଏଏସଆଇଙ୍କ ତତ୍ୱାବଧନାରେ ଶୃଖଂଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି । ଟି ସେତୁରେ ଏବଂ ମହାନଦୀ ଗର୍ଭରେ ଥିବା ମାଟିରାସ୍ତାରେ ଭିଡ଼କୁ ନିୟନ୍ତ୍ରଣ କରିବାଲାଗି ଅସ୍ଥାୟୀ ବାଉଁଶ ବାରିକେଡ ବ୍ୟବସ୍ଥା କରାଯାଇଥିବା ବେଳେ ଆଠଗଡ଼ ଏବଂ ବାଙ୍କୀ ଉପଖଣ୍ଡର ମିଳିତ ପ୍ରଶାସନ ଉତ୍ସବକୁ ପ୍ରତ୍ୟକ୍ଷ ପରିଚାଳନା କରୁଥିବା ଜଣାଯାଇଛି। ମନ୍ଦିରକୁ ଫୁଲରେ ସୁନ୍ଦର ସାଜସଜ୍ଜା କରାଯାଇଥିବା ବେଳେ ବାବା ସିଂହନାଥ ଦେବଙ୍କର ସ୍ୱତନ୍ତ୍ର ବଡ଼ସିଂହାର ବେଶ କରାଯାଇଛି। ସେହିଭଳି ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁମାନେ ଶତାଧିକ ସଂଖ୍ୟାରେ ଉଜାଗର ପୂର୍ବକ ମହାଦୀପ ଉଠିବା ପର୍ଯ୍ୟନ୍ତ ମନ୍ଦିର ବେଢାରେ ଜାଗର ଦୀପ ଜାଳୁଛନ୍ତି । ନୀତିନିର୍ଘଣ୍ଟ ଅନୁଯାଇ ସେବାୟତମାନେ ପ୍ରତ୍ୟୁ​ଷରୁ ଠାକୁରଙ୍କ ଦେବନୀତି ସମ୍ପନ୍ନ କରିଥିବା ବେଳେ ପ୍ରାୟ ମଧ୍ୟରାତ୍ର ପୂର୍ବରୁ ମହାଦୀପ ଉଠିବ ବୋଲି ମନ୍ଦିର ପ୍ରଶାସନ ସୂତ୍ରରୁ ପ୍ରକାଶ ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories