www.samajalive.in
Saturday, December 13, 2025
21.1 C
Bhubaneswar

ଆଜି ଜାଗର – ଉତ୍ସବମୁଖର ରାଜ୍ୟର ସମସ୍ତ ଶୈବ ପୀଠ

;_ଏକବାର ନୀତିରେ ମନ୍ଦିର ଚୂଡାରେ ଲାଗିହେଲା ନୂଆନେତ
ଆରଡି, ): ଆଜି ପବିତ୍ର ମହାଶିବରାତ୍ରୀ(ଜାଗର) ସାରା ରାଜ୍ୟର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ  । ରାଜଧାନୀର ଲିଙ୍ଗରାଜ ମନ୍ଦିର, କଟକର ଧବଳେଶ୍ବର, ଗଡ଼ଗଡ଼େଶ୍ବର ପୀଠ, ଭଦ୍ରକର ଆଖଣ୍ଡଳମଣି, ଢେଙ୍କାନାଳର କପିଳାସ, ନୟାଗଡ଼ର ଲଡ଼ୁବାବା ପୀଠ, ସମ୍ବଲପୁରର ପ୍ରସିଦ୍ଧ ଶୈବ ପୀଠ ହୁମା ବିମଳେଶ୍ବର ବାବାଙ୍କ ବକ୍ର ମନ୍ଦିର, ପୁରୀର ଲୋକନାଥ ମନ୍ଦିର ଓ ରାଉରକେଲାର ବେଦବ୍ୟାସ ରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବା ପାଇଁ ମିଳିଛି । ଏଥିପାଇଁ ଉତ୍ସବମୁଖର ବାବା ଆଖଣ୍ଡଳମଣିଙ୍କ ପୀଠ। ଶୁକ୍ରବାର ଏକବାର ନୀତି ନିମନ୍ତେ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସରିବା ପରେ ମଧ୍ଯାହ୍ନ ନୀତି , ଯୋଗୀବେଶ, ବଡସିଂହାର ବେଶ ଅନୁଷ୍ଠିତ ହୋଇଥିଲା।

ପରମ୍ପରା ଅନୁଯାୟୀ ମଣିବାବାଙ୍କ ପାଖରୁ ଆଜ୍ଞାମାଳ ଓ ନୂଆନେତ ଆସିବା ପରେ ସେବାୟତଙ୍କ ଦ୍ବାରା ମନ୍ଦିର ଚୂଡାରେ ଲାଗି କରାଯାଇଥିଲା। ତାହାସହ ନୂଆ ଚାନ୍ଦୁଆ ଗର୍ଭଗୃହରେ ଲାଗି କରାଯାଇଥିଲା। ଆଜି ମହାଶିବରାତ୍ରୀ ନୀତି ନିମନ୍ତେ ଭୋର ୪ଟାରେ ପହଡ ଖୋଲିବା ପରେ ମଙ୍ଗଳ ଆଳତୀ,କନିକାରାଜାଙ୍କ ପକ୍ଷରୁ ପହିଲି ଘର୍ଷଣଲାଗି ସରିବା ପରେ ସକାଳ ୫ଟାରେ ବଡାଭାତ(ଖେଚୁଡି ଅନ୍ନ) ନୀତି ଭୋଗ ଲାଗି କରାଯିବ। ପରେ ସକାଳ ୫ଟାରୁ ରାତ୍ରା ୧୧ଟା ଯାଏଁ ଭକ୍ତଙ୍କ ଦର୍ଶନ ପାଇଁ ସାହଣମେଲା କରାଯିବ ।
ପରେ ସଂଧ୍ଯା ୬ରୁ ରାତ୍ର ୧୨ଟା ଯାଏଁ ୪ପ୍ରହର ଘର୍ଷଣ ନୀତି ସରିବା ପରେ ରାତ୍ର ୧ଟାରେ ସୁନାବେଶ ସମ୍ପନ୍ନ ହେବା ସହ ଭୋର ୫ଟାରେ ମନ୍ଦିର ଚୂଡାକୁ ମହାଦୀପ ଉଠିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଉଭୟ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସମ୍ପନ୍ନ ହୋଇଛି। ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୁଲିସ ବିଭାଗ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ଯବସ୍ଥା କରାଯାଇଛି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories