କାମାକ୍ଷାନଗର,-ପବିତ୍ର ଜାଗର ଉପଲକ୍ଷେ ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ କପିଳାସ ଚଳଚଞ୍ଚଳ।ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ । ସେଠାରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି।
ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ପୀଠରେ ଉଜାଗର ରହି ଦୀପଦାନ କଲେ ଅନେକ ପୁଣ୍ୟଫଳ ପ୍ରାପ୍ତି ହୋଇଥାଏ,ମନୋସ୍କାମନା ମଧ୍ୟ ପୁର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ଭୋର ୪ଟା ୪୫ ମିନିଟ ସମୟରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଥିବା ବେଳେ ମହାଦେବଙ୍କ ନିକଟରେ ଶୋଡଷ ଉପଚାର ପୂଜା ଓ ହରିହର ଭେଟ ଅନୁଷ୍ଠିତ ହେବ । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି ।



