ସମ୍ବଲପୁର: ସମ୍ବଲପୁର ଜିଲା ୟୁ – ୧୯ କ୍ରିକେଟ ଦଳ ପ୍ରଥମ ଥର ପାଇଁ ଆନ୍ତଃ ଜିଲା ୟୁ – ୧୯ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଠାରେ ସୁପର ଲିଗ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ବିଗତ ଦିନରେ କଟକର ବାରବାଟୀ ଷ୍ଟାଡିୟମ ଠାରେ ସମ୍ବଲପୁର ଦଳ ସୁପର ଲିଗ ପାଇଁ ଯୋଗ୍ୟ ବିବେଚିତ ହେବା ପରେ ସମ୍ବଲପୁରକୁ ଫେରିଛନ୍ତି। ଏଣୁ ଜିଲା କ୍ରିଡା ସଂଘ ତରଫରୁ ସାଧାରଣ ସମ୍ପାଦକ ସୁନୀଲ କୁମାର ସାହୁ, ଉପ ସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ, କ୍ରିକେଟ ସଚିବ ଅବିନାଶ ନନ୍ଦ, କାଉନସିଲ ସଦସ୍ୟ ଉମାପତି ତ୍ରିପାଠୀ, ଗୋପାଳ ନନ୍ଦ, ରାଜେଶ ସେଟ, ସୁବୋଧ ସାହୁ, ବିଶ୍ୱଜିତ ମିଶ୍ର, ଅବଦୁଲ ଗଫାର, ମନୋଜ ପଣ୍ଡା ଓ କୁନ୍ଦନ ପ୍ରଧାନ ପ୍ରମୁଖ ସମସ୍ତ ଖେଳାଳି ମାନଙ୍କୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିଛନ୍ତି।
Popular Categories



