www.samajalive.in
Saturday, December 13, 2025
26.1 C
Bhubaneswar

ଉଦ୍ଧବ ଠାକରେଙ୍କୁ ଝଟକା, ଏକନାଥ ସିନ୍ଦେଙ୍କୁ ମିଳିଲା ଅସଲ ଶିବସେନା ଚିହ୍ନ

ମୁମ୍ବାଇ: ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ଗୋଷ୍ଠୀକୁ ନିର୍ବାଚନ କମିଶନଙ୍କ ଜବରଦସ୍ତ ଝଟକା ମିଳିଛି। ପିତା ପ୍ରତିଷ୍ଠା କରିଥିବା ଶିବସେନା ଦଳ ତାଙ୍କୁ ହରାଇବାକୁ ପଡ଼ିଛି। ଆଜି ଏକନାଥ ସିନ୍ଦେ ଗୋଷ୍ଠୀକୁ ଅସଲ ଶିବସେନା ମାନ୍ୟତା ପ୍ରଦାନ କରାଯାଇଛି। କମିଶନ ପକ୍ଷରୁ ଏକନାଥ ସିନ୍ଦେଙ୍କ ପାର୍ଟିକୁ ଶିବସେନା ଓ ଧନୁତୀର ଚିହ୍ନ ପ୍ରଦାନ କରାଯାଇଛି। ଏହି ବିଜୟକୁ ନେଇ ସିନ୍ଦେଙ୍କ ଗୋଷ୍ଠୀ ମଧ୍ୟରେ ଖୁସି ଦେଖିବାକୁ ମିଳିଛି। ଉଦ୍ଧବ ଠାକରେ ଓ ଏକନାଥ ସିନ୍ଦେ ଗୋଷ୍ଠୀ ଅଲଗା ହେବା ପରେ ଦଳ ମାନ୍ୟତା ଦାବି କରାଯାଇଥିଲା। ଏନେଇ ମାମଲା ଭାରତୀୟ ନିର୍ବାଚନ କମିଶନଙ୍କ ପାଖକୁ ଯାଇଥିଲା।

ଏଥର ନିର୍ବାଚନରେ ଏକନାଥ ସିନ୍ଦେଙ୍କ ଚିହ୍ନ ହେବ ଧନୁ-ତୀର ଚିହ୍ନ। ଏକନାଥ ସିନ୍ଦେ ଶିବସେନା ଦଳର ଚିହ୍ନ ନେଇଛନ୍ତି। ମୂଳ ଶିବସେନାକୁ ନେଇ ମାମଲା ଚାଲିଥିବାବେଳେ ଭାରତୀୟ ନିର୍ବାଚନ ଆୟୋଗ ଏନେଇ ଆଜି ବଡ଼ ଘୋଷଣା କରିଛନ୍ତି। ଏକନାଥ ସିନ୍ଦେ ଏବଂ ଉଦ୍ଧବ ଠାକେରଙ୍କ ମଧ୍ୟରେ ଶିବସେନାକୁ ନେଇ ଲଢେଇ ଚାଲିଥିଲା। କି’ଏ ହେବେ ଶିବସେନା ନେତା ସେନେଇ ଚାଲିଥିଲା ନିର୍ବାଚନ ଆୟୋଗଙ୍କ ପାଖରେ ମାମଲା। କିନ୍ତୁ ନିର୍ବାଚନ ଆୟୋଗ ଶିବସେନା ଗୋଷ୍ଠୀକୁ ଶିବସେନା ଚିହ୍ନ ପ୍ରଦାନ ସହ ମାନ୍ୟତା ଦେଇଛନ୍ତି।

- Advertisement -

ଅପରପକ୍ଷରେ ନିର୍ବାଚନ ଆୟୋଗଙ୍କ ଉପରେ ଉଦ୍ଧବ ଠାକେରଙ୍କ ଗୋଷ୍ଠୀ ବର୍ଷିଛି। ନିର୍ବାଚନ ଆୟୋଗ ବିଜେପିର ଏଜେଣ୍ଟ ଭଳି କାର୍ଯ୍ୟ କରୁଛି ବୋଲି ଅଭିଯୋଗ ଆଣିବା ସହ ମାମଲା କୋର୍ଟରେ ଚାଲିଥିଲା ବେଳେ କାହିଁକି ଶିବସେନାକୁ ସିନ୍ଦେ ଗୋଷ୍ଠୀକୁ ଦିଆଗଲା ବା ଘୋଷଣା କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି। ଏହି ମାମଲାକୁ ନେଇ ଖୁସି ନ ଥିବା ଉଦ୍ଧବ ଠାକରେ ଏହାର ବିଚାର ପାଇଁ ସୁପ୍ରିମ କୋର୍ଟ ଯିବେ ବୋଲି ପ୍ରକାଶ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories