www.samajalive.in
Saturday, December 13, 2025
26.1 C
Bhubaneswar

ମାର୍ଚ୍ଚ ୩୧ରୁ ମେ’ ୨୮ ପର୍ଯ୍ୟନ୍ତ ଆଇପିଏଲ, ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ପ୍ରଥମ ମ୍ୟାଚ

ନୂଆଦିଲ୍ଲୀ: ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗ(ଆଇପିଏଲ)ର ୧୬ ତମ ସଂସ୍କରଣ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆଇପିଏଲ ଲିଗର ୧୬ତମ ସଂସ୍କରଣର ପ୍ରଥମ ମ୍ୟାଚ ୩୧ ମାର୍ଚ୍ଚରୁ ଆରମ୍ଭ କରାଯିବ। ମାର୍ଚ୍ଚ ୩୧ରୁ ମେ’ ୨୮ ପର୍ଯ୍ୟନ୍ତ ଆଇପିଏଲ-୨୦୨୩ ଖେଳାଯିବ। ଆଇପିଏଲ୍ ୨୦୨୩ର ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ ଗୁଜୁରାଟ ଟାଇଟାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଅହମ୍ମଦାବାଦରେ ଉଦଘାଟନୀ ମ୍ୟାଚ ସହ ଫାଇନାଲ ଖେଳାଯିବ।

୧୨ଟି ସହରରେ ଖେଳାଯିବ ଆଇପିଏଲ-୨୦୨୩ର ସମସ୍ତ ମ୍ୟାଚ। ଘରୋଇ ଓ ବାହାର ପିଚରେ ୭ଟି ଲେଖାଏଁ ମ୍ୟାଚ ଖେଳିବେ ଫ୍ରାଞ୍ଚାଇଜ। ଆଇପିଏଲ ମ୍ୟାଚ ପ୍ରତ୍ୟହ ଦିନ ମ୍ୟାଚ ଅପରାହ୍ଣ ୩.୩୦ ଏବଂ ରାତି ମ୍ୟାଚ ସନ୍ଧ୍ୟା ୭.୩୦ରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।

- Advertisement -

ଆଇପିଏଲ ଟୁର୍ଣ୍ଣାମେଣ୍ଟର ୧୬ତମ ସଂସ୍କରଣ ମାର୍ଚ୍ଚ ୩୧ରେ ଆରମ୍ଭ ହେବାକୁ ଥିବାବେଳେ ଆଇପିଏଲ୍ ୨୦୨୩ର ପ୍ଲେ ଅଫ୍ ମ୍ୟାଚ୍ ପାଇଁ ବିସିସିଆଇ ଏପର୍ଯ୍ୟନ୍ତ ତାରିଖ ପ୍ରକାଶ କରି ନାହିଁ। ଆଇପିଏଲ୍ ୨୦୨୩ରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ଲିଗ୍ ରାଉଣ୍ଡରେ ସମସ୍ତ ୧୦ଟି ଦଳ ୧୪ଟି ମ୍ୟାଚ୍ ଖେଳିବେ।

ଏହିପରି, ଲିଗ୍ ରାଉଣ୍ଡରେ ମୋଟ ୭୦ଟି ମ୍ୟାଚ୍ ଖେଳାଯିବ। ତା’ପରେ ପ୍ଲେ ଅଫ୍‌ର ଚାରୋଟି ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ। ସମସ୍ତ ମ୍ୟାଚ୍ ସମଗ୍ର ଦେଶରେ ୧୨ଟି ଗ୍ରାଉଣ୍ଡରେ ଖେଳାଯିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories