ଚୀନ୍‌ର ମହାଧନୀ ବ୍ୟବସାୟୀ ନିଖୋଜ

ବେଜିଂ – ଚୀନ୍‌ରେ ସରକାରଙ୍କୁ ବିରୋଧ କରୁଥିବା ବ୍ୟକ୍ତି ନିଖୋଜ ହୋଇଯିବା କିଛି ନୂଆ ଘଟଣା ନୁହେଁ । ପୂର୍ବରୁ ଏପରି ଅନେକ ଥର ଘଟିତ ହୋଇଛି । ଚୀନ୍‌ର ସବୁଠାରୁ ଧନୀ ବ୍ୟକ୍ତି ଜାକ୍‌ ମା କିଛି ଦିନ ତଳେ ନିଖୋଜ ହୋଇଥିଲେ । ସରକାରଙ୍କ କିଛି ନୀତିକୁ ବିରୋଧ ପରେ ସେ ନିଖୋଜ ହୋଇଥିବା ସୂଚନା ମିଳିଥିଲା । ପରେ ସେ ଜାପାନ୍‌ରେ ଆତ୍ମଗୋପନ କରିଥିବା ଜଣା ପଡିଥିଲା । ସେଠାରେ ସେ ଅତି ସାଧାରଣ ଭାବେ ସମସ୍ତଙ୍କ ଠାରୁ ଅଲଗା ଭାବେ ଗୁପ୍ତରେ ରହୁଥିବା କଥା ଜଣା ପଡିଥିଲା ।

ଏବେ ଚୀନ୍‌ର ଆଉ ଜଣେ ମହାଧନୀ ନିଖୋଜ ହୋଇଯାଇଛନ୍ତି । ସେ ହେଉଛନ୍ତି ବାଓ ଫାନ୍‌ ନାମକ ହାଇ ପ୍ରୋଫାଇଲ୍‌ ଆରବପତି ନିଖୋଜ ହୋଇଯାଇଥିବା ହଙ୍ଗକଙ୍ଗ ଷ୍ଟକ୍‌ ଏକ୍ସଚେଜଂ ପକ୍ଷରୁ ସୂଚନା ଦିଆଯାଇଛି ।

ବାଓ ଫାନ୍‌ ହେଉଛନ୍ତି ଚାଇନା ରେନେସାଂସ ହୋଲ୍ଡିଂର ମୁଖ୍ୟ । ସେ ତାଙ୍କ କମ୍ପାନୀ ସହ ଯୋଗାଯୋଗ କରିପାରୁ ନଥିବା ହଙ୍ଗକଙ୍ଗ ଷ୍ଟକ୍‌ ଏକ୍ସଚେଂଜ ପକ୍ଷରୁ କୁହାଯାଇଛି । ଏହି ଖବର ବ୍ୟାପିବାପରେ ହକଂ ଷ୍ଟକ ଏକ୍ସ୍‌ ହ୍ରାସ ପାଇଥିଲା । ଏହାପରେ ଚାଇନା ରେନେସାଂସ ହୋଲ୍ଡିଂ ଅଂଶଧନର ମୂଲ୍ୟ ୩୦ ପ୍ରତିଶତ ହ୍ରାସ ପାଇଛି । ତାଙ୍କୁ ତୁରନ୍ତ ଠାବ କରିବା ପାଇଁ ବିଭିନ୍ନ ବାଣିଜ୍ୟ ସଙ୍ଗଠନ ଦାବି କରିଛନ୍ତି ।

Comments are closed.