www.samajalive.in
Saturday, December 13, 2025
26.1 C
Bhubaneswar

କେନ୍ଦ୍ରୀୟ ଯୋଜନାର ସଠିକ କ୍ରିୟାନ୍ୱୟନ ପାଇଁ ପଞ୍ଚାୟତ ପ୍ରତିନିଧିଙ୍କ ସାମିଲ ଜରୁରୀ : ଧର୍ମେନ୍ଦ୍ର ପ୍ରଧାନ

ଡେସ୍କ :  ପଞ୍ଚାୟତିରାଜ ସଂସ୍ଥା ମାନଙ୍କର ପ୍ରତିନିଧି ମାନଙ୍କୁ ସଠିକ ଭାବେ ଶକ୍ତିଶାଳୀ ନ କଲେ ଓ ସେମାନଙ୍କୁ ସାମିଲ ନ କଲେ କେନ୍ଦ୍ରୀୟ ଯୋଜନା ଗୁଡିକର ସଠିକ ଭାବେ କ୍ରିୟାନ୍ୱୟନ କିମ୍ବା ଧନରାଶିର ସଠିକ ବିନିଯୋଗ ହୋଇ ପାରିବ ନାହିଁ । ଭୁବନେଶ୍ୱର ଠାରେ ପଞ୍ଚାୟତରେ (ଏଲଏସଡିଜି) ଲୋକାଲାଇଜେସନ୍ ଉପରେ ତିନି ଦିନିଆ ଜାତୀୟ କର୍ମଶାଳାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ।
ସେ କହିଛନ୍ତି ଯେ ବର୍ତ୍ତମାନ ପ୍ରତ୍ୟେକ ଜିଲ୍ଲାରେ ସ୍କିଲ ମ୍ୟାପିଂର କାର୍ଯ୍ୟ ଜିଲ୍ଲାପାଳ ମାନଙ୍କର ତତ୍ୱାବଧାନରେ ଚାଲିଛି । ଏହି କାର୍ଯ୍ୟରେ ସମସ୍ତ ସରପଞ୍ଚ, ବ୍ଲକ ଚେୟାରମ୍ୟାନ ତଥା ଜିଲ୍ଲା ପରିଷଦର ସଦସ୍ୟ ମାନଙ୍କୁ ସହଯୋଗ ପ୍ରଦାନ କରିବାକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି ।
ସୂଚନାଯୋଗ୍ୟ ଭାରତ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରଣାଳୟ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାର ଏବଂ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ (ଏସଆରଆରଡି ଏବଂ ପିଆର), ଓଡ଼ିଶାର ସହଯୋଗରେ ଥିମ୍ ୩ : ଶିଶୁ ଅନୁକୂଳ ଗ୍ରାମ ଓ ଥିମ୍ ୯ : ମହିଳା ଅନୁକୂଳ ଗ୍ରାମର ବିଷୟଗତ ନୀତି ଗ୍ରହଣ କରି ଗ୍ରାମ ପଞ୍ଚାୟତରେ ନିରନ୍ତର ବିକାଶ ଲକ୍ଷ୍ୟର ଲୋକାଲାଇଜେସନ ଉପରେ ଜାତୀୟ କର୍ମଶାଳା ଭୁବନେଶ୍ୱର ଠାରେ ଆଜି ଠାରୁ ଆରମ୍ଭ ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories