www.samajalive.in
Sunday, December 14, 2025
19.1 C
Bhubaneswar

ଝୁମ୍ପୁରା ବ୍ଲକ ବିଜେଡିର ଗଣଧାରଣା ଓ ପ୍ରତିବାଦ ସଭା

ଝୁମ୍ପୁରା :  ଝୁମ୍ପୁରା ବ୍ଲକ ସମ୍ମୁଖରେ ବିଜେଡି କର୍ମୀ ମାନେ ଗୁରୁବାର ଦିନ ଗଣଧାରଣା ଦେବା ସହିତ ପ୍ରତିବାଦ ସଭା ଆୟୋଜନ କରିଥିବା ଦେଖିବାକୁ ମିଳିଥିଲା । ଝୁମ୍ପୁରା ବ୍ଲକ ବିଜୁ ଜନତା ଦଳର ସଭାପତି କଫିଲ ଆନସାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଗଣଧାରଣାରେ ବିଜୁ ଜନତା ଦଳର ଜିଲା ସଭାପତି ମାଧବ ସର୍ଦ୍ଦାର, ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଝୁମ୍ପୁରା ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ଇଂ ହରିଭକ୍ତ କୁନା ଗିରି, ଉପସଭାପତି ଟୁନା ବାରିକ, ୧୬ ନମ୍ବର ଜିଲାପରିଷଦ ସଦସ୍ୟା କ୍ଷୀରୋଦିନୀ ମହାକୁଡ, ୧୭ ନମ୍ବର ଜିଲାପରିଷଦ ସଦସ୍ୟା ସୋମବାରୀ ମୁର୍ମୁ, ୧୮ ନମ୍ବର ଜିଲାପରିଷଦ ସଭ୍ୟ ରାଧାକାନ୍ତ ନାଏକ, ବରିଷ୍ଠ ବିଜେଡି କର୍ମୀ ମହେନ୍ଦ୍ର ସାହୁ, ଯଦୂମଣି ରାଉତ, ବିପିନ ଆପଟ, ଯଦୁମଣି ବାରିକ, ରଞ୍ଜନ ବେହେରା, ସୁଶାନ୍ତ ପ୍ରଧାନ, ଲୋଚନ ସାହୁଙ୍କ ସମେତ ବ୍ଲକର ବହୁ ବରିଷ୍ଠ ବିଜେଡି କର୍ମୀମାନେ ଯୋଗଦେଇଥିଲେ। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ୩.୨୫ କୋଟି ଗରିବ ହିତାଧିକାରୀଙ୍କୁ ୫ କିଲୋ ଚାଉଳ ଯୋଗାଣରୁ ବଞ୍ଚିତ କରାଯାଉଥିବା ନିଷ୍ପତ୍ତିକୁ ବିରୋଧ କରି ଏହି ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଝୁମ୍ପୁରା ବ୍ଲକର ୨୨ ଗୋଟି ପଞ୍ଚାୟତ ବିଜୁ ଜନତା ଦଳର ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ଏବଂ ବିଜୁ ଜନତା ଦଳର କର୍ମୀ ମାନେ ଉପସ୍ଥିତ ରହିଥିଲେ। ରାଜ୍ୟବାସୀଙ୍କ ହକକୁ କେନ୍ଦ୍ର ସରକାର ଫେରାଇବା ନିମନ୍ତେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ଝୁମ୍ପୁରା ବିଡିଓ ଉମାକାନ୍ତ ପରିଡାଙ୍କୁ ପ୍ରଦାନ କରାଯାଇଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories