www.samajalive.in
Sunday, December 14, 2025
23.1 C
Bhubaneswar

ବିଜେପି କ୍ଷମତାସୀନ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ନେଇବିଜେଡିର ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

କଲମପୁର: ରାଜ୍ୟ ପ୍ରତି ବିଜେପି କ୍ଷମତାସୀନ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ନେଇ କଲମପୁର ବ୍ଲକ ବିଜେଡି ତରଫରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାସହ କେନ୍ଦ୍ର ସରକାର ନେଇଥିବା ଗରିବ ମାରଣ ନୀତିକୁ ପ୍ରତ୍ୟାହାର କରିବା ଦାବି ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଗୁରୁବାର କଲମପୁର ବ୍ଲକ ବିଜୁ ଜନତା ଦଳର ସଭାପତି ନବୀନ କୁମାର ପଣ୍ଡା, ଯୁବ ନେତା ମନୋଜ କୁମାର ନାଏକ, ମହିଳା ନେତ୍ରୀ ମଧୁଛନ୍ଦା ଭଞ୍ଜ, ମନୋରଞ୍ଜନ ମୁଣ୍ଡ, ଜିଲା ପରିଷଦ ସଭ୍ୟା ଦୁହିତା ମାଝୀ, ସୁଶିଲ ଜୈନ, ଅମିର ଅଲ୍ଲୀ, ସନ୍ଦୀପ କୁମାର ଶର୍ମା, ଚନ୍ଦ୍ରମଣି ନିଆଲ, ନରସିଂ ମାଝୀ, ପ୍ରଶାନ୍ତ କୁମାର ପଣ୍ଡା, ବ୍ରଜ ମୋହନ ଠାକୁର, ମଣ୍ଟୁ ସିଂଙ୍କ ପ୍ରମୁଖ ନେତୃତ୍ୱରେ ଶତାଧିକ କର୍ମୀ ନିର୍ମାଲ୍ୟକ୍ଷେତ୍ର ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟ ପରିସରକୁ ଯାଇଥିଲେ।

- Advertisement -

ସେଠାରେ ବ୍ଲକ ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଯୁବନେତା ତଥା ବିଧାୟକଙ୍କ ପ୍ରତିନିଧି ମାନସ ବାଗ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ଗରିବ ଏବଂ ·ଷୀ ମାରଣ ନୀତିକୁ ସମାଲୋଚନା କରିଥିଲେ। ଏହାପରେ ବିଡିଓ ବିଜୟ କୁମାର ମାଡାଙ୍ଗିଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କଲମପୁର ପୁଲିସ ଥାନା ତରଫରୁ ଏଏସଆଇ ଶେଖର ଜେନାଙ୍କ ନେତୃତ୍ୱରେ ସୁରକ୍ଷା ବଳ ନିୟୋଜିତ ଥିଲେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories