www.samajalive.in
Sunday, December 14, 2025
14.1 C
Bhubaneswar

ଚନ୍ଦ୍ରଶେଖର ବେହେରା ଆଲୋଚନାଚକ୍ର ଅନୁଷ୍ଠିତ

ସମ୍ବଲପୁର: ସମ୍ବଲପୁରର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଓ ଓଡ଼ିଶା ଏକତ୍ରିକରଣ ଆନ୍ଦୋଳନର ଅନ୍ୟତମ ପ୍ରମୁଖ ପୁରୋଧା ଚନ୍ଦ୍ରଶେଖର ବେହେରାଙ୍କ ଜନ୍ମ ବାର୍ଷିକୀ ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରଜ ହୋତାଙ୍କ ସଭାପତିତ୍ୱରେ ମଙ୍ଗଳବାର ଅୟୋଜିତ ଏହି ସଭାରେ ଚନ୍ଦ୍ରଶେଖର ବେହେରାଙ୍କ ପ୍ରତିକୃତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ କାର୍ୟ୍ୟକ୍ରମକୁ ଆରମ୍ଭ କରାଯାଇଥିଲା। ଚନ୍ଦ୍ରଶେଖର ବେହେରାଙ୍କ ୧୫୦ତମ ଜନ୍ମ ବାର୍ଷିକୀ ସମିତିର ଆବାହକ ରାମାନୁଜ ପଣ୍ଡା ସଭାର ଉଦ୍ଦେଶ୍ୟ ସର୍ମ୍ପକରେ ନିଜର ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥି ଡ. ସନ୍ତୋଷ କୁମାର ଦାଶ ସ୍ୱାଧିନତା ସଂଗ୍ରାମରେ ତାଙ୍କର ଅବଦାନ ଓ ଓଡ଼ିଶା ଏକତ୍ରିକରଣରେ ତାଙ୍କର ଭୂମିକା ସର୍ମ୍ପକରେ ଆଲୋଚନା କରିଥିଲେ। ଏଥି ସହ ମୁଖ୍ୟ ଅତିଥି ଡ. ଦାଶ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ସ୍ମାରକୀ ବକ୍ତୃତା ପ୍ରତିଯୋଗିତାର ପୁରସ୍କାର ରାଶି ନିଜେ ପ୍ରଦାନ ପାଇଁ ଘୋଷଣା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ହୋତା, ଅଶୋକ ମିଶ୍ର ଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସଭାରେ ଉପସ୍ଥିତ ରହିଥିଲେ।

Hot this week

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

Related Articles

Popular Categories