ସମ୍ବଲପୁର: ଆଗାମୀ ୨୦୨୪ ର ସାଧାରଣ ଓ ରାଜ୍ୟ ବିଧାନସଭା ନିର୍ବାଚନକୁ ନେଇ ସବୁ ଦଳ ପାଗ ଭିଡିବା ଆରମ୍ଭ କରି ସାରିଲେଣି। ଏହି କ୍ରମରେ ସମ୍ବଲପୁର ଜିଲା ବିଜେପି କାର୍ୟ୍ୟାଳୟରେ ଧନକଉଡା ବ୍ଲକର କଳାମାଟି ପଞ୍ଚାୟତର ପୂର୍ବତନ ସମିତି ସଦସ୍ୟା, ବର୍ତ୍ତମାନର ୱାର୍ଡ ମେମ୍ବର, ପୂର୍ବତନ ୱାର୍ଡ ମେମ୍ବର, ପୂର୍ବତନ ନାଏବ ସରପଞ୍ଚ ଙ୍କ ସମେତ ଶତାଧିକ ମହିଳା କର୍ମୀ ମଙ୍ଗଳବାର ଦଳରେ ଯୋଗ ଦେଇଛନ୍ତି। ଆଜି ଆୟୋଜିତ ଏହି ମିଶ୍ରଣ ପର୍ବରେ କଲାମାଟି ପଞ୍ଚାୟତର ପୂର୍ବତନ ସମିତି ସଦସ୍ୟା ବେଦମତି ପାଣିଗ୍ରାହୀ, ବର୍ତ୍ତମାନର ୱାର୍ଡ ମେମ୍ବର ଋକ୍ମଣୀ ବେହେରା, ପୂର୍ବତନ ୱାର୍ଡ ମେମ୍ବର ପ୍ରଭାତୀ ସେଠ, ଅନିତା ନେତମ, ପୂର୍ବତନ ନାଏବ ସରପଞ୍ଚ ପଦ୍ମିନୀ ମିର୍ଦ୍ଧା ଓ ଶତାଧିକ ମହିଳା ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ବିରୋଧି ଦଳ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଜିଲା ବିଜେପି ସଭାପତି ଗିରିଶ ପଟେଲ ଓ ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନ୍ନପୁର୍ଣ୍ଣା ବାରିକ ନୂତନ ସଦସ୍ୟା ମାନଙ୍କୁ ଫୁଲମାଳ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ମୋଦୀ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଓ ବିକାଶମୂଳକ କାର୍ୟ୍ୟରେ ପ୍ରଭାବିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି ବୋଲି ନୂତନ ସଦସ୍ୟା ମାନେ କହିଛନ୍ତି। ଏହି କାର୍ୟ୍ୟକ୍ରମକୁ ବିଜେପି ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ପରିଚାଳନା କରିଥିବା ବେଳେ କଲାମାଟି ସରପଞ୍ଚ ସୁଷମା ସାହୁ, ସମିତି ସଭ୍ୟା ରୀନା ତରିଆ, ସୁର୍ୟ୍ୟ ନାରାୟଣ ପାଢ଼ୀ, ନରେନ୍ଦ୍ର ମିଶ୍ର, ରାଧେଶ୍ୟାମ ପ୍ରଧାନ, ବିରେନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ।
Popular Categories



