www.samajalive.in
Sunday, December 14, 2025
19.1 C
Bhubaneswar

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ; ଚୌଦ୍ୱାର ଜେଲ୍‌‌କୁ ଗଲା ଅଭିଯୁକ୍ତ ଗୋପାଳ

ଝାରସୁଗୁଡା: ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ କଟକ ଚୌଦ୍ୱାର କାରାଗାରକୁ ସ୍ଥାନାନ୍ତର କରାଯାଇଛି। ଆଜି ପୂର୍ବାହ୍ନରେ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ୧୬୪ ବୟାନ ରେକର୍ଡ କରାଯାଇଥିଲା। ବୟାନ ରେକର୍ଡ ପରେ ଅଭିଯୁକ୍ତ ଗୋପାଳକୁ କଡ଼ା ସୁରକ୍ଷା ବଳୟରେ ଝାରସୁଗୁଡା ଉପ-କାରାଗାରକୁ ନିଆଯାଇଥିଲା। ଏହା ପୂର୍ବରୁ ଗୋପାଳର ସୁରକ୍ଷା ଓ ନିରାପତ୍ତା ନେଇ ଜେଲ ବିଭାଗ ଆଶଙ୍କା ବ୍ୟକ୍ତ କରି ଝାରସୁଗୁଡାରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରସ୍ତାବ ଦେଇଥିଲେ। ଆଜି କୋର୍ଟ ଅନୁମତି ଦେବା ପରେ ଚୌଦ୍ୱାର ଜେଲକୁ ପଠାଯାଉଛି। ଅପରାହ୍ନ ୧ ଟାରେ କଡା ସୁରକ୍ଷା ମଧ୍ୟରେ କଟକ ନିଆଯାଉଛି। ସନ୍ଧ୍ୟା ୭ଟା ସୁଦ୍ଧା ସେଠାରେ ପହଞ୍ଚିବ ବୋଲି ସୂଚନା ମିଳିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories