www.samajalive.in
Sunday, December 14, 2025
26.1 C
Bhubaneswar

କ୍ଷୀର ଲିଟର ୨୧୦ ଟଙ୍କା

ନୂଆଦିଲ୍ଲୀ : ପାକିସ୍ତାନର ମୁଦ୍ରାସ୍ଫୀତି ନୂତନ ରେକର୍ଡ ସୃଷ୍ଟି କରି ୧୯୭୫ ପରଠାରୁ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରଥମ ଥର ପାଇଁ ଦୁଗ୍ଧ ମୂଲ୍ୟ ଲିଟର ପିଛା ୨୦୦ ଟଙ୍କା ପାର ହୋଇଛି। ସେଠାରେ କିଛି ଦୋକାନୀ କ୍ଷୀର ଲିଟର ପିଛା ୨୧୦ ଟଙ୍କାରେ ବିକ୍ରି କରୁଛନ୍ତି। କୁକୁଡ଼ା ମାଂସ କିଲୋଗ୍ରାମ ପ୍ରତି ୮୦୦ ଟଙ୍କା ହୋଇଛି। ଜାନୁଆରୀ ମାସରେ ଚିକେନ ଦର କିଲୋଗ୍ରାମ ପ୍ରତି ୩୯୦-୪୨୦ ଟଙ୍କା ରହିଥିଲା । ବର୍ତ୍ତମାନ ତାହା ୭୦୦ ଟଙ୍କାରୁ ୮୦୦ ଟଙ୍କା କେଜି ପିଛା ବିକ୍ରି କରାଯାଉଛି। ସେହିପରି ହାଡ ନଥିବା ମାଂସ କିଲୋଗ୍ରାମ ପ୍ରତି ୧୦୦୦ରୁ ୧୧୦୦ ଟଙ୍କାରେ ବିକ୍ରି ହେଉଛି । କିଛି ଦିନ ତଳେ ଏହାର ଦର ୧୫୦-୨୦୦ ଟଙ୍କା ବୃଦ୍ଧି ହୋଇଛି । ହାଡ ଥିବା ମାଂସ କେଜି ପିଛା ୮୦୦ରୁ ୮୫୦ ଟଙ୍କା ରହିଛି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories