www.samajalive.in
Thursday, December 11, 2025
18.1 C
Bhubaneswar

ରାହୁଲଙ୍କୁ ସ୍ବାଧିକାର ଭଙ୍ଗ ନୋଟିସ

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଲୋକସଭା ସଚିବାଳୟ ପକ୍ଷରୁ ସ୍ବାଧିକାର ଭଙ୍ଗ ନୋଟିସ ଜାରି କରାଯାଇଛି। ବିଜେପି ନେତା ନିଶିକାନ୍ତ ଦୁବେ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ଆଣିଥିବା ସ୍ବାଧିକାର ଭଙ୍ଗ ଅଭିଯୋଗ ଆଧାରରେ ସଚିବାଳୟ ରାହୁଲଙ୍କୁ ନୋଟିସ ଜାରି କରିଛି। ନୋଟିସରେ ବିଜେପି ଆଣିଥିବା ଅଭିଯୋଗର ଜବାବ ଫେବୃଆରୀ ୧୫ ସୁଦ୍ଧା ଦେବାକୁ କୁହାଯାଇଛି। ବିଜେପି ଅଭିଯୋଗ କରିଛି ଯେ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ସମୟରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମିଛ, ଘୃଣ୍ୟ, ଅସାମ୍ବିଧାନିକ ଓ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରାହୁଲ ଆଣିଥିବା ମିଥ୍ୟା ଅଭିଯୋଗକୁ ନିୟମ ୩୮୦ ଅନୁଯାୟୀ ଗୃହକାର୍ଯ୍ୟରୁ ବାଦ୍ ଦେବାକୁ ମଧ୍ୟ ବିଜେପି କହିଛି। ଫେବୃଆରୀ ୭ (ମଙ୍ଗଳବାର) ରାହୁଲ କହିଥିଲେ ଯେ ୨୦୧୪ରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ଗୌତମ ଆଦାନିଙ୍କ ସମ୍ପତ୍ତି ଦ୍ରୁତବେଗରେ ବଢିଥିଲା। ଆଦାନିଙ୍କୁ ବ୍ୟାବସାୟିକ ସହଯୋଗ କରିବା ଲାଗି ସରକାର ଆଇନରେ ପରିବର୍ତ୍ତନ କରିଥିବା ରାହୁଲ ଅଭିଯୋଗ କରିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories